କଣ୍ଟାବାଞ୍ଜି (ବାଘୁଆବାର୍ତ୍ତା): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି । ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଠିକ ଭାବେ ପାଳନ କରିବାକୁ ଜନ ସାଧାରଣଙ୍କୁ ସଚେତନ କରାଯାଉଛି । ଯଦି କୌଣସି ଲୋକ କୋଭିଡ ନିୟମ ଉଲଂଘନ କରେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଜଣାପଡିଛି । କିଛିଦିନ ହେବ ବ୍ୟାଙ୍କମାନଙ୍କରେ ଭିଡ ପରିଲିକ୍ଷିତ ହେଉଥିବା ଦେଖାଯାଉଛି । କଣ୍ଟାବାଞ୍ଜି ଏନଏସି ଅଧିକାରୀ ସୋମବାର ଏସବିଆଇ ସନ୍ଧ୍ୟାକାଳୀନ ଶାଖା ଓ ବ୍ୟାଙ୍କ ଅଫ ବରୋଦା କୋଭିଡ ନିୟମ ଉଲଂଘନ କରିଥିବା ଅଭିଯୋଗରେ ୪୮ ଘଣ୍ଟା ସିଲ କରିଥିବା ବେଳେ ମଙ୍ଗଳବାର ଅର୍ଥାତ ଆଜି ଏସବିଆଇ ମୁଖ୍ୟ ଶାଖା ଏବଂ ୟୁନିୟନ ବ୍ୟାଙ୍କକୁ ମଧ୍ୟ ୪୮ ଘଣ୍ଟା ପାଇଁ ସିଲ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରି ସମ୍ମି ଜୟଶ୍ରୀ ରେଡ୍ଡୀ । ବ୍ୟାଙ୍କ ଖୋଲିବା ପରେ ପୁନର୍ବାର କୋଭିଡ ନିୟମ ଉଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟାଙ୍କ କତୃପକ୍ଷଙ୍କୁ ଚେତାବନି ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ।






