ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଚ୍ଛା ଥାନାକୁ ଆଜି ଜଣେ ବ୍ୟକ୍ତି ନିଜ ସ୍ତ୍ରୀର କଟାମୁଣ୍ଡ ଧରି ଆସିଥିବା ଦେଖାଯାଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ଅର୍ଜ୍ଜୁନ ବାଘ । ବାଣିଗୋଚ୍ଛା ଥାନା ଅନ୍ତର୍ଗତ ବିଡ଼ାପାଜୁ ଗ୍ରାମର ଅର୍ଜ୍ଜୁନ ଆଜି ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ କଟା ମୁଣ୍ଡକୁ ଏକ ବସ୍ତାରେ ଧରି ଥାନାରେ ପହଞ୍ଚିଛନ୍ତି । ବାଣିଗୋଚ୍ଛା ଥାନା ପୁଲିସ ଅର୍ଜ୍ଜୁନଙ୍କୁ ଅଟକ ରଖି ଉକ୍ତ ଗ୍ରାମକୁ ଯାଇଥିବା ସୂଚନା ମିଳିଛି ।




