Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଂଲାଦେଶୀ ଯୁବତୀ ଯାଜପୁରରୁ ଉଦ୍ଧାର, ପ୍ରେମରେ ପଡି ହେଲେ ହଟହଟା

by ସଞ୍ଜୟ ସ୍ୱାଇଁ
June 22, 2021
in Crime, State
ବାଂଲାଦେଶୀ ଯୁବତୀ ଯାଜପୁରରୁ ଉଦ୍ଧାର, ପ୍ରେମରେ ପଡି ହେଲେ ହଟହଟା
296
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁରରେ ରହୁଥିବା ବାଂଲାଦେଶୀ ଯୁବତୀ ଉଦ୍ଧାର। ଉଦ୍ଧାର କଲା ଯାଜପୁର ପୁଲିସ୍‌। ସେ ତାଙ୍କର ପ୍ରେମିକ ସହ ଏଠାରେ ରହୁଥିଲେ। କୌଣସି କଥାକୁ ନେଇ ପ୍ରେମିକ ସହ ପାଟିତୁଣ୍ଡ ହେବାରୁ ପୁଲିସକୁ ଫୋନ୍‌ କରିଥିଲେ ପ୍ରେମିକା ବାଂଲାଦେଶୀ ଯୁବତୀ। ତାଙ୍କୁ ପୁଲିସ ଜାରକା ଅଞ୍ଚଳରୁ ଉଦ୍ଧାର କରି ସଖୀ ଗୃହରେ ଛାଡ଼ିଛି। ଉଦ୍ଧାର ହୋଇଥିବା ଯୁବତୀଙ୍କ ଘର ବାଂଲାଦେଶରେ। ତାଙ୍କୁ ତାଙ୍କ ମାମୁ ବାଂଲାଦେଶରୁ ଆଣି କୋଲକତାରେ ରହୁଥିବା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଅଜୟ ଦାସଙ୍କୁ ବିକ୍ରି କରି ଦେଇଥିଲେ। ଏହା ପରଠାରୁ ଯୁବତୀ ଜଣକ ଅଜୟଙ୍କ ପାଖରେ ରହୁଥିଲେ। ଏହାରି ଭିତରେ ଯୁବତୀଙ୍କ ପ୍ରେମରେ ପଡ଼ିଲେ ଅଜୟଙ୍କ ପୁଅ ସୁରଜ। ପରେ ଉଭୟ କୋଲକାତା ଛାଡ଼ି ଦେଇଥିଲେ। ଉଭୟେ ବେଙ୍ଗାଲୁରୁ ପଳାଇ ଯାଇଥିଲେ। ସେଠାରେ ପାଖାପାଖି ବର୍ଷେ ରହିଥିଲେ। ଏହା ପରେ ସେମାନେ ଓଡ଼ିଶା ଫେରି ଆସିଥିଲେ। ଏଠି ଜାରକାରେ ଘରେ ଭଡ଼ା ନେଇ ରହୁଥିଲେ। ସପ୍ତାହେ ରହିବା ପରେ ଉଭୟ ସୁରଜ ଓ ତାଙ୍କ ପ୍ରେମିକା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ ଯୁବତୀ ଜଣକ ଧର୍ମଶାଳା ଥାନା ଅଧିକାରୀଙ୍କ ଫୋନ୍‌ ନମ୍ୱର ସଂଗ୍ରହ କରି ଫୋନ କରିଥିଲେ। ପୁଲିସ ଫୋନ୍‌ ପାଇ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଠିକଣା ସ୍ଥାନରୁ ବାଂଲାଦେଶୀ ଯୁବତୀଙ୍କୁ ପୁଲିସ ଉଦ୍ଧାର କରି ସଖୀ ଗୃହରେ ଛାଡ଼ିଛି। ଏଥିସହ ପ୍ରେମିକ ପ୍ରବର ସୁରଜକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲାଇଛି ବୋଲି ଏସ୍‌ପି ରାହୁଲ ପିଆର କହିଛନ୍ତି। ଅନ୍ୟପକ୍ଷରେ ଯୁବତୀ ଜଣକ ବାଂଲାଦେଶୀ ହୋଇଥିବା ନେଇ ସତ୍ୟାସତ୍ୟ ଅନୁସନ୍ଧାନ କରାଯାଉଛି। ସଠିକ ପ୍ରମାଣ ମିଳିଲେ ବାଂଲାଦେଶୀ ଆମ୍ୱାସି ସହିତ ଆଲୋଚନା କରାଯାଇ ତାଙ୍କୁ ସେଠାକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!