Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରମ୍ଭ ହୋଇପାରୁନି ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ରେଳ ଲାଇନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜିଲ୍ଲାବାସୀ

by ସଞ୍ଜୟ ସ୍ୱାଇଁ
August 28, 2021
in Planning and Development, State
ଆରମ୍ଭ ହୋଇପାରୁନି ବାଙ୍ଗିରିପୋଷିରୁ ଗୋରୁମହିଷାଣୀ  ରେଳ ଲାଇନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜିଲ୍ଲାବାସୀ
36
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ଓଡ଼ିଶାର ପ୍ରଥମ ରେଳ ଲାଇନ ୧୯୦୪ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିଲା । ମୟୂରଭଞ୍ଜ ମହାରାଜାଙ୍କ ଉଦ୍ୟମ ଓ ତତ୍ପରତା ଯୋଗୁ ବାରିପଦାରୁ ରୁପସା ଏବଂ ବାରିପଦାରୁ ବାଙ୍ଗିରିପୋଷି ଯାଏଁ ରେଳପଥ କାର୍ୟ୍ୟକ୍ଷମ ହୋଇଥିଲା । ତେବେ ଇତି ମଧ୍ୟରେ ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ହେଲେ ମୟୂରଭଞ୍ଜ ରେଳ ମ୍ୟାପରେ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ରେଳ ଲାଇନ କାମ ଆରମ୍ଭ ହୋଇପାରୁନି । ଏଥିପାଇଁ ସିଧାସଳଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଦାୟୀ କରିଛନ୍ତି ଜିଲ୍ଲାବାସୀ। କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଦେଇ ଚାଲିଥିବା ମିଥ୍ୟା ପ୍ରତିଶ୍ରୁତିକୁ ଆଉ ବରଦାସ୍ତ କରାଯିବନି। ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ସରକାର ବୋକା ନ ଭାବି ତୁରନ୍ତ ଏହି ପ୍ରକଳ୍ପ କାମ କରିବା ଦାବିରେ ଆରମ୍ଭ ହୋଇଛି ପଦଯାତ୍ରା। ମୟୂରଭଞ୍ଜ ରେଳ ମ୍ୟାପରେ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ପର୍ୟ୍ୟନ୍ତ ନୂତନ ରେଳ ଲାଇନ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଅଛି । ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ଏବଂ ବୁଢାମରାଠାରୁ ଚାକୁଳିଆ ଯାଏଁ ରେଳପଥ ସଂଯୋଗୀକରଣ ପାଇଁ ମୁଖ୍ୟତଃ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ଏବେ ଏଥିନିମନ୍ତେ ରାସ୍ତାକୁ ଓହ୍ଲାଇଛନ୍ତି ଭଞ୍ଜ ସେନା କର୍ମକର୍ତ୍ତା । ଏହା ଦୀର୍ଘ ୪୦ ବର୍ଷର ଆନ୍ଦୋଳନ, ମୟୂରଭଞ୍ଜର ଏକ ପ୍ରମୁଖ ରାଜନୈତିକ ଏଜେଣ୍ଡା । ମୟୂରଭଞ୍ଜ ଜିଲ୍ଲାର ରାଜନୈତିକ ସଂଗଠନ ଭଂଜସେନା ଏହି ପଦଯାତ୍ରା ଆରମ୍ଭ କରିଥିବା ବେଳେ ଅନ୍ୟାନ୍ୟ ଛୋଟ ବଡ଼ ସଂଗଠନ ମଧ୍ୟ ଏହି ପଦ ଯାତ୍ରାରେ ସାମିଲ୍ ହୋଇଛନ୍ତି । ଏନେଇ ଭଂଜସେନା ଅଧ୍ୟକ୍ଷ କଳିଙ୍ଗ କେଶରୀ ଜେନା କହିଛନ୍ତି, ଜିଲ୍ଲାକୁ ଗୋଟିଏ ସୂତ୍ରରେ ବାନ୍ଧିବାକୁ, ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବାକୁ ଏହି ରେଳପଥର ଗୁରୁତ୍ୱ ବହୁତ । ଏହାଦ୍ୱାରା ସମଗ୍ର ଜିଲ୍ଲାକୁ ଯୋଡ଼ି ହେବ । ଯେଉଁମାନେ ବାହାରକୁ ଯାଉଛନ୍ତି ଟ୍ରେନରେ ଯିବାର ସୁବିଧା ପାଇ ପାରିବେ। ଏହାବାଦ ମୟୂରଭଞ୍ଜ ପର୍ୟ୍ୟଟନର ଗନ୍ତାଘର ହୋଇଥିବାବେଳେ ରେଳ ଲାଇନ୍‌ ହେଲେ ଏଠାକୁ ବାହାରୁ ପର୍ୟ୍ୟଟକ ଛୁଟି ଆସିବେ। ଫଳରେ ଜିଲ୍ଲାର ଆର୍ଥିକ ସମସ୍ୟାରେ ସୁଧାର ଆସିବ । ବହୁତ ଦିନରୁ ସର୍ଭେ ସରିଛି। ରାଜନୈତିକ ଇଚ୍ଛାଶକ୍ତି ଅଭାବ ଏହି କାମ ଆଉ ଆଗକୁ ବଢ଼ିପାରୁନି। ଏହାକୁ ଆଉ ଅଧିକ ଦିନ ଶୀତଳଭଣ୍ଡାରରେ ରହିବାକୁ ଦିଆଯିବନି। ଏନେଇ ରାକେଶ ସିଂ ନାମକ ଭଂଜସେନା କର୍ମୀ କହିଛନ୍ତି, ବାଙ୍ଗିରିପୋଷିରୁ ଗୋରୁମହିଷାଣି ରେଳ ସଂଯୋଗ ଦରକାର। ସବୁବେଳେ କେନ୍ଦ୍ର, ରାଜ୍ୟ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଲୋକଙ୍କୁ ସଚେତନ କରିବାକୁ ଓ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଏହି ପଦଯାତ୍ରା ଆରମ୍ଭ ହୋଇଛି। ଗତକାଲି ଏହି ପଦଯାତ୍ରା ବାଙ୍ଗିରିପୋଷି ରେଳ ଷ୍ଟେସନରୁ ବାହାରିଛି। ଆସନ୍ତାକାଲି ରାଇରଙ୍ଗପୁରଠାରେ ଏହି ପଦ ଯାତ୍ରା ଶେଷ ହେବ। । ଭଂଜସେନାର ଅନେକ ବରିଷ୍ଠ କର୍ମକର୍ତ୍ତା, ବାଙ୍ଗିରିପୋଷିର ଅନେକ ବରିଷ୍ଠ ନାଗରିକ ଓ ମହିଳା ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

May 23, 2025
ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

May 23, 2025
ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!