Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରମ୍ଭ ହୋଇପାରୁନି ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ରେଳ ଲାଇନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜିଲ୍ଲାବାସୀ

by ସଞ୍ଜୟ ସ୍ୱାଇଁ
August 28, 2021
in Planning and Development, State
ଆରମ୍ଭ ହୋଇପାରୁନି ବାଙ୍ଗିରିପୋଷିରୁ ଗୋରୁମହିଷାଣୀ  ରେଳ ଲାଇନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜିଲ୍ଲାବାସୀ
42
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ଓଡ଼ିଶାର ପ୍ରଥମ ରେଳ ଲାଇନ ୧୯୦୪ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିଲା । ମୟୂରଭଞ୍ଜ ମହାରାଜାଙ୍କ ଉଦ୍ୟମ ଓ ତତ୍ପରତା ଯୋଗୁ ବାରିପଦାରୁ ରୁପସା ଏବଂ ବାରିପଦାରୁ ବାଙ୍ଗିରିପୋଷି ଯାଏଁ ରେଳପଥ କାର୍ୟ୍ୟକ୍ଷମ ହୋଇଥିଲା । ତେବେ ଇତି ମଧ୍ୟରେ ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ହେଲେ ମୟୂରଭଞ୍ଜ ରେଳ ମ୍ୟାପରେ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ରେଳ ଲାଇନ କାମ ଆରମ୍ଭ ହୋଇପାରୁନି । ଏଥିପାଇଁ ସିଧାସଳଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଦାୟୀ କରିଛନ୍ତି ଜିଲ୍ଲାବାସୀ। କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଦେଇ ଚାଲିଥିବା ମିଥ୍ୟା ପ୍ରତିଶ୍ରୁତିକୁ ଆଉ ବରଦାସ୍ତ କରାଯିବନି। ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ସରକାର ବୋକା ନ ଭାବି ତୁରନ୍ତ ଏହି ପ୍ରକଳ୍ପ କାମ କରିବା ଦାବିରେ ଆରମ୍ଭ ହୋଇଛି ପଦଯାତ୍ରା। ମୟୂରଭଞ୍ଜ ରେଳ ମ୍ୟାପରେ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ପର୍ୟ୍ୟନ୍ତ ନୂତନ ରେଳ ଲାଇନ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଅଛି । ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ଏବଂ ବୁଢାମରାଠାରୁ ଚାକୁଳିଆ ଯାଏଁ ରେଳପଥ ସଂଯୋଗୀକରଣ ପାଇଁ ମୁଖ୍ୟତଃ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ଏବେ ଏଥିନିମନ୍ତେ ରାସ୍ତାକୁ ଓହ୍ଲାଇଛନ୍ତି ଭଞ୍ଜ ସେନା କର୍ମକର୍ତ୍ତା । ଏହା ଦୀର୍ଘ ୪୦ ବର୍ଷର ଆନ୍ଦୋଳନ, ମୟୂରଭଞ୍ଜର ଏକ ପ୍ରମୁଖ ରାଜନୈତିକ ଏଜେଣ୍ଡା । ମୟୂରଭଞ୍ଜ ଜିଲ୍ଲାର ରାଜନୈତିକ ସଂଗଠନ ଭଂଜସେନା ଏହି ପଦଯାତ୍ରା ଆରମ୍ଭ କରିଥିବା ବେଳେ ଅନ୍ୟାନ୍ୟ ଛୋଟ ବଡ଼ ସଂଗଠନ ମଧ୍ୟ ଏହି ପଦ ଯାତ୍ରାରେ ସାମିଲ୍ ହୋଇଛନ୍ତି । ଏନେଇ ଭଂଜସେନା ଅଧ୍ୟକ୍ଷ କଳିଙ୍ଗ କେଶରୀ ଜେନା କହିଛନ୍ତି, ଜିଲ୍ଲାକୁ ଗୋଟିଏ ସୂତ୍ରରେ ବାନ୍ଧିବାକୁ, ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବାକୁ ଏହି ରେଳପଥର ଗୁରୁତ୍ୱ ବହୁତ । ଏହାଦ୍ୱାରା ସମଗ୍ର ଜିଲ୍ଲାକୁ ଯୋଡ଼ି ହେବ । ଯେଉଁମାନେ ବାହାରକୁ ଯାଉଛନ୍ତି ଟ୍ରେନରେ ଯିବାର ସୁବିଧା ପାଇ ପାରିବେ। ଏହାବାଦ ମୟୂରଭଞ୍ଜ ପର୍ୟ୍ୟଟନର ଗନ୍ତାଘର ହୋଇଥିବାବେଳେ ରେଳ ଲାଇନ୍‌ ହେଲେ ଏଠାକୁ ବାହାରୁ ପର୍ୟ୍ୟଟକ ଛୁଟି ଆସିବେ। ଫଳରେ ଜିଲ୍ଲାର ଆର୍ଥିକ ସମସ୍ୟାରେ ସୁଧାର ଆସିବ । ବହୁତ ଦିନରୁ ସର୍ଭେ ସରିଛି। ରାଜନୈତିକ ଇଚ୍ଛାଶକ୍ତି ଅଭାବ ଏହି କାମ ଆଉ ଆଗକୁ ବଢ଼ିପାରୁନି। ଏହାକୁ ଆଉ ଅଧିକ ଦିନ ଶୀତଳଭଣ୍ଡାରରେ ରହିବାକୁ ଦିଆଯିବନି। ଏନେଇ ରାକେଶ ସିଂ ନାମକ ଭଂଜସେନା କର୍ମୀ କହିଛନ୍ତି, ବାଙ୍ଗିରିପୋଷିରୁ ଗୋରୁମହିଷାଣି ରେଳ ସଂଯୋଗ ଦରକାର। ସବୁବେଳେ କେନ୍ଦ୍ର, ରାଜ୍ୟ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଲୋକଙ୍କୁ ସଚେତନ କରିବାକୁ ଓ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଏହି ପଦଯାତ୍ରା ଆରମ୍ଭ ହୋଇଛି। ଗତକାଲି ଏହି ପଦଯାତ୍ରା ବାଙ୍ଗିରିପୋଷି ରେଳ ଷ୍ଟେସନରୁ ବାହାରିଛି। ଆସନ୍ତାକାଲି ରାଇରଙ୍ଗପୁରଠାରେ ଏହି ପଦ ଯାତ୍ରା ଶେଷ ହେବ। । ଭଂଜସେନାର ଅନେକ ବରିଷ୍ଠ କର୍ମକର୍ତ୍ତା, ବାଙ୍ଗିରିପୋଷିର ଅନେକ ବରିଷ୍ଠ ନାଗରିକ ଓ ମହିଳା ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!