Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁଆଡ଼େ ଗଲେ ବଙ୍ଗ ଫେରନ୍ତା !

by Anil Panda
May 12, 2020
in Breaking
ନୟାଗଡ଼ ବଜାରରେ ବୁଲିଲେ ୩୦ ବଙ୍ଗ ଫେରନ୍ତା, ଲୋକେ ଛାନିଆ
26
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ନୟାଗଡ଼ ବଜାରରେ ହଠାତ୍ ଆସି କିଛି ବଙ୍ଗ ଫେରନ୍ତା ଏକ ବସ୍‌ରୁ ଓହ୍ଲାଇ ଇତସ୍ତତଃ ଭାବେ ଏଣେ ତେଣେ ବୁଲିଥିଲେ । ଏହି ବଙ୍ଗ ଫେରନ୍ତାମାନେ ଆସି ନୟାଗଡ଼ ହେଡ୍ ପୋଷ୍ଟ ଅଫିସ୍ ପାଖେ ଓହ୍ଲାଇବା ପରେ ବସ ଫେରି ଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ କିଛି ଖୋର୍ଦ୍ଧା ବଲାଙ୍ଗୀରି ଜାତୀୟ ରାଜପଥରେ ଏପଟ୍ ସେପଟ୍ ହେବା ସହ ଅନ୍ୟ କିଛି ପ୍ରବାସୀ ନୟାଗଡ଼ ବ୍ଲକ ପରିସରରେ ପଶିଥିଲେ । ସେମାନଙ୍କୁ ଦେଖି କିଛି ବ୍ୟକ୍ତି କେଉଁଠୁ ଆସିଛନ୍ତି, ସେ ନେଇ ପଚାରଉଚରା କରିବା ପରେ ଫେରନ୍ତା ପ୍ରବାସୀମାନେ ସେମାନଙ୍କୁ ତୋଡ଼ ଦେଖାଇବାକୁ ମଧ୍ୟ ପଛାଇନଥିଲେ । ପରେ ପୈାର କର୍ମଚାରୀ ଏବଂ ବ୍ଲକ କର୍ମଚାରୀମାନେ ସେମାନଙ୍କୁ ଆକଟ କରି ବ୍ଲକ ପରିସରରେ ରହିଥିବା ଗ୍ୟାରେଜ୍ ଭିତରେ ଅଟକ ରଖିଥିବା ଜଣାଯାଇଛି । ଦୀର୍ଘ ସମୟ ଧରି ପ୍ରଶାସନର ଘାଣ୍ଟ ଚକଟା ପରେ ଏହି ବଙ୍ଗ ଫେରନ୍ତାଙ୍କ ମଧ୍ୟରୁ ଓଡ଼ଗାଁ ବ୍ଲକର ୧୨ ଜଣ ଏବଂ ନୟାଗଡ଼ ବ୍ଲକର ୬ ଜଣଙ୍କୁ ଖୁଣ୍ଟୁବନ୍ଧ ଆଇଟିଆଇ କେନ୍ଦ୍ରରେ ପ୍ରସ୍ତୁତ କରଯାଇଥିବା ସଂଙ୍ଗରୋଧ ଗୃହରେ ରଖାଯାଇଛି । ସେହିପରି ଭାପୁର ବ୍ଲକର ଜଣେ ପ୍ରବାସୀଙ୍କୁ ଭାପୁର ପଠାଯାଇଥିବା ଜଣାଯାଇଛି । ଅନ୍ୟ କିଛି ଫେରନ୍ତା ଖସି ଯାଇଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷେ, ଏହି ବଙ୍ଗ ଫେରନ୍ତା ପ୍ରବାସୀଙ୍କ ପାଇଁ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମେତ ସଂପୃକ୍ତ ଅଂଚଳକୁ ସାନିଟାଇଜେସନ୍ କରାଯାଇଛି । ଯେତିକି ପ୍ରବାସୀ ରାଜ୍ୟ ସରକାରଙ୍କ ନିୟମନୁସାରେ ନାମ ପଂଜିକରଣ କରି ଫେରୁଛନ୍ତି, ସେମାନେ ଫେରୁଥିବା ନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଂଚୁଛି । ମାତ୍ର ଅନେକ ପ୍ରବାସୀ ବିନା ପଂଜିକରଣ ଏବଂ ବିନା ସୂଚନାରେ ଫେରୁଥିବାକୁ ନେଇ ପ୍ରଶାସନ ନାକେଦମ ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!