ଗଞ୍ଜାମ,(ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଲୁଟ୍ ରାହାଜାନି ଓ ଅପରାଧ ମୂଳକ କାର୍ଯ୍ୟକଳାପ । କେତେ ବେଳେ ବନ୍ଧୁକ ଦେଖାଇ ଲୁଟ୍ କରୁଛନ୍ତି ତ ଆଉ କେତେବେଳ ଚଳାନ୍ତା ବାଇକରୁ ଠେଲି ଲୁଟିବାର ଅଭିଯୋଗ ଆସିଛି । ତେବେ ଆଜି ସେହିଭଳି ଏକ ଘଟଣା ପୁଣି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳରୁ ରମ୍ଭା ଆସୁଥିବା ବେଳେ ଜନସେବା କେନ୍ଦ୍ରରେ ନିୟୋଜିତ ଥିବା ଛାୟାକାନ୍ତ ବେହେରାଙ୍କୁ କିଛି ଦୁର୍ବତ୍ତ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ କରିବା ସହିତ ଲାପଟପ ଲୁଟି ନେଇଛନ୍ତି । ଏନେଇ ଛାୟାକାନ୍ତ ରମ୍ଭାଥାନାରେ ପହଞ୍ôଚ ଲିଖିତ ଅଭିଯୋଗ କରିବା ପରେ ରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।





