ନାରାୟଣପାଟଣା, (ବାଘୁଆବାର୍ତ୍ତା): ଜମି ଜମା ବିବାଦର କରୁଣ ପରିଣତି । ଶଳାର ଟାଂଗୀଆ ଚୋଟରେ ଭିଣୋଇ ମୃତ । ମୃତ ବ୍ୟକ୍ତି ଧାର୍ମୟା ହିମେରିକା ବୋଲି ଜଣାପଡିଛି । କୋରାପୁଟ ବନ୍ଧୁଗାଁ ଥାନା କାପଲୋଡ଼ା ପଂଚାୟତ ମାଣିକିୱାଲସାରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତଦେହକୁ ଜବତ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ଲାଗି ରହିଥିଲା ତିକ୍ତତା । ଏହି ତିକ୍ତକା ଶେଷରେ ଉଗ୍ର ରୂପ ନେଉଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ଶୋଇଥିବା ବେଳେ ଶଯ୍ୟାରେ ଭିଣୋଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସଂପର୍କୀୟ ଶଳା। । ଜମି ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତୁ ଜାଣିବାକୁ ପାଇଛି । ଏବେ ଆଗକୁ ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ସେପଟେ ହତ୍ୟାକାଣ୍ଡ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।




