ରଣପୁର,(ବାଘୁଆବାର୍ତ୍ତା): ରବିବାର ଦିନ ରଣପୁର ବିଦ୍ୟାଳୟ ସଂଘ ଏକ ବନ୍ଧୁମିଳନ ଉତ୍ସବ ମଝିଆଖଣ୍ଡ ସରସ୍ଵତୀ ଶିଶୁ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୩୮ ଗୋଟି ବିଦ୍ୟାଳୟରୁ ଆସିଥିବା ସମ୍ପାଦକ, ସଭାପତି ଓ ପ୍ରଧାନଶିକ୍ଷକଙ୍କୁ ପୁଷ୍ପ ଗୁଛ ଓ ଉପଢ଼ୌକିନ ଦ୍ଵାରା ସମ୍ବର୍ଦ୍ଧନା କରିଥିଲେ। ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ଦଳବେହେରା ,ସମ୍ପାଦକ ଜନ୍ମଜୟ ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ଜ୍ୟୋତ୍ସାରାଣୀ ବେହେରା, ସମସ୍ତ ବିଦ୍ୟାଳୟରୁ ଆସିଥିବା ସଦସ୍ୟଙ୍କୁ ସ୍ଵାଗତ ବାର୍ତ୍ତା ପ୍ରଦାନ କରିଥିଲେ। ରଣପୁର ବ୍ଲକ୍ ଘରୋଇ ବିଦ୍ୟାଳୟରୁ ଆସିଥିବା ସମସ୍ତ ସଦସ୍ୟ ନିଜ ନିଜର ଗଠନ ମୂଳକ ପ୍ରସ୍ତାବ ଦେଇଥିଲେ । ସଂଘର ସଭାପତି ପ୍ରଭାତ କୁମାର ପ୍ରଧାନ ଉକ୍ତ ପ୍ରସ୍ତାବ ଗୁଡ଼ିକୁ ସୁଦୃଢ କରିବାରେ ସଂକଳ୍ପ ନେଇଥିଲେ । ସଂଘର ସମ୍ପାଦକ ଛ।ୟ।କ।ନ୍ତ ମହାପାତ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।






