Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେମିଫାଇନାଲରେ ହାରିବା ପରେ ବନ୍ଦନା କଟାରିୟାଙ୍କ ପରିବାର ଲୋକଙ୍କୁ ଗାଳି-ଗୁଲଜ

by ସଞ୍ଜୟ ସ୍ୱାଇଁ
August 5, 2021
in NATIONAL NEWS, Sports
ସେମିଫାଇନାଲରେ ହାରିବା ପରେ ବନ୍ଦନା କଟାରିୟାଙ୍କ ପରିବାର ଲୋକଙ୍କୁ ଗାଳି-ଗୁଲଜ
226
VIEWS
Share on FacebookShare on Twitter

ହରିଦ୍ବାର, (ବାଘୁଆବାର୍ତ୍ତା): ଟୋକିଓ ଅଲିମ୍ପିକର ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍‌କୁ ପରାଜୟର ସାମନା କରିବାକୁ ପଡିଥିଲା। ଏହି ପରାଜୟ ପରେ ଟିମ୍‌ର ଖେଳାଳି ବନ୍ଦନା କଟାରିୟାଙ୍କ ପରିବାର ଲୋକଙ୍କୁ ଜାତସୂଚକ ଗାଳି ଦିଆଯାଉଥିବାର ଜଣାପଡିଛି। ବନ୍ଦନାଙ୍କ ଭାଇ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ହରିଦ୍ବାର ଏସଏସପି କୃଷ୍ଣରାଜ ଏସ୍ କହିଛନ୍ତି, ବନ୍ଦନା କଟାରିୟାଙ୍କ ଭାଇଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରାଯାଇଚି। ପୋଲିସ ଆଇପିସିର ଧାରା ୫୦୪ ଅନୁସାରେ, ଏସସି/ ଏସଟି ଆକ୍ଟର ଧାରା ୩ ଅନୁସାରେ ମାମଲା ରୁଜୁ କରିଛି। କ୍ୱାର୍ଟର ଫାଇନାଲ୍‌ରେ ଜିତିବା ପରେ ଭାରତୀୟ ମହିଳା ହକି ଟିମ୍‌ ଇତିହାସ ରଚିଥିଲା, କିନ୍ତୁ ସେମିଫାଇନାଲରେ ଟିମ୍‌କୁ ଆର୍ଜେଣ୍ଟିନାଠାରୁ ପରାଜିତ ହେବାକୁ ପଡିଥିଲା। ଗତ ବୁଧବାର ହୋଇଥିବା ଏହି ମୁକାବିଲା ପରେ ଟିମ୍ ଇଣ୍ଡିଆ ନିରାଶ ହୋଇଥିଲା, କିନ୍ତୁ ମହିଳା ଟିମ୍‌ର ପ୍ରଦର୍ଶନକୁ ସମସ୍ତେ ଖୁବ୍ ପ୍ରଶଂସା କରିଥିଲେ। ଏହା ଭିତରେ ଉତ୍ତରାଖଣ୍ଡରେ ବନ୍ଦନାଙ୍କ ଭାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେମିଫାଇନାଲରେ ହାରିବା ପରେ ତାଙ୍କ ପରିବାର ଲୋକଙ୍କୁ ଗାଳି-ଗୁଲଜ କରାଯାଉଛି। ଏହି ମାମଲାରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!