ନୟାଗଡ଼,(ବାଘୁଆବାର୍ତ୍ତା): ସକାଳ ୭ ଘଟିକାଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିବା ବେଳେ ଏହାକୁ ଅଭୂତ ପୂର୍ବ ସମର୍ଥନ ମିଳିଥିବା ଜଣାଯାଇଛି । ପେଟ୍ରୋଲ, ଡିଜେଲ ରନ୍ଧନ ଗ୍ୟାସ ଆଦି ଅତ୍ୟଶ୍ୟକୀୟ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧିର ପ୍ରତିବାଦରେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ନୟାଗଡ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି । ଆଜି ସକାଳ ୮ଟା ଠାରୁ ଦଳୀୟ କାର୍ୟ୍ୟକର୍ତାମାନେ ନୟାଗଡ ଟ୍ରାଫିକ ଛକ ଠାରେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଏବଂ ଜିଲ୍ଲା ଜଜ କୋର୍ଟ ପ୍ରାଙ୍ଗଣରେ ଦଳୀୟ କର୍ମୀ ମାନେ ପିକେଟିଙ୍ଗ କରି ଜିଲ୍ଲାଜଜଙ୍କୁ କୋର୍ଟ କାର୍ୟ୍ୟରେ ଯୋଗ ନଦେବା ପାଇଁ ଅନୁରୋଧ କରିଥିଲେ।କାର୍ୟ୍ୟକ୍ରମରେ ବରିଷ୍ଠ ନେତା ହୁସେନ ଖାଁ, କମଳ ଚରଣ ସାହୁ, ମନୋଜ କୁମାର ସାହୁ, ଫକୀର ଚରଣ ମଲ୍ଲ, ଅମଯାଦ ଖାଁ, ନକୁଳ ନାୟକ, ବିଜୟ ରାଉତ, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ଆଦିତ୍ୟ ପ୍ରସାଦ ପରିଡା, ଜିଲ୍ଲା ଯୁବ କଂଗ୍ରେସ କାର୍ୟ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଅକ୍ଷୟ କୁମାର ମଲ୍ଲ, ଛାତ୍ର କଂଗ୍ରେସ କାର୍ୟ୍ୟକର୍ତା ଅବଦୁଲ ନିଜାମଙ୍କ ସମେତ ବହୁ ଦଳୀୟ କର୍ମୀ ବନ୍ଦ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।





