ନୟାଗଡ଼, (ବାଘୁଆବାର୍ତ୍ତା): ଜିଏସ୍ଟି ବ୍ୟବସ୍ଥାର ରୂପରେଖ ଏବଂ ଜଟିଳତାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଶୁକ୍ରବାର ବନ୍ଦ ଡାକରା ଦେଇଥିଲା । ଏହି ବନ୍ଦ ଡାକରାରେ ନୟାଗଡ଼ ବ୍ୟବସାୟୀମାନେ ସାମିଲ ହୋଇ ଜିଏସ୍ଟି ଜଟିଳତା ବିରୁଦ୍ଧରେ ଥିବା ଅସନ୍ତୋଷକୁ ଜାହିର କରିଛନ୍ତି । ଆଜି ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ହୋଇଥିବା ଦେଖିବାକୁ ମିଳିଛି । ନୟାଗଡ଼ ସହର ସମତେ, ଦଶପଲ୍ଲା, ନୂଆଗାଁ, ରଣପୁର, ରାଜସୁନାଖଳା, ଖଣ୍ଡପଡ଼ା, ଗଣିଆ, ଶରଣକୁଳ ସମେତ ଛୋଟ ଛୋଟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଗାଡ଼ି, ମୋଟର ଚଳାଚଳ ବନ୍ଦ ରହିଛି ।





