Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୯ ବର୍ଷ ପରେ ବଣ୍ଡାଘାଟି ଗସ୍ତ କଲେ ଡିଜିପି

by ସଞ୍ଜୟ ସ୍ୱାଇଁ
March 7, 2021
in Feature News
୨୯ ବର୍ଷ ପରେ ବଣ୍ଡାଘାଟି ଗସ୍ତ କଲେ ଡିଜିପି
135
VIEWS
Share on FacebookShare on Twitter

ମାଲକାନଗିରି,(ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ପହଞ୍ଚିଥିଲେ। ଡିଜିପି ଅଭୟଙ୍କୁ ବଣ୍ଡା ମହିଳା ମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଆଜି ବଣ୍ଡାଘାଟି ଗସ୍ତ କରି ମାଓ ସମୀକ୍ଷା କରିଥିଲେ। ପ୍ରାୟ ଦିନ ୧୨ଟା ବେଳେ ଡିଜିପି ଅଭୟ ବଣ୍ଡାଘାଟିର ମୁଦୁଲିପଡା ଠାରେ ପହଞ୍ଚି ଏଠାରେ ଅବସ୍ଥାପିତ ଦୁଇଟି ବିଏସଏଫ କ୍ୟାମ୍ପର ଅଧିକାରୀଙ୍କ ସହ ରୁଦ୍ଧଦ୍ବାର ବୈଠକରେ ଯୋଗ ଦେଇଥିଲେ। ବଣ୍ଡାଘଆଟିରେ ନକ୍ସଲଙ୍କର ପତିଆରା ଧିରେ ଧିରେ ବଢୁଥିବାରୁ ଏହାକୁ ରୋକିବା ପାଇଁ ଦୀର୍ଘ ସମୟ ଧରି ବିଏସ୍ଏ‌ଫର ଅଧିକାରୀ, ପୁଲିସ ମିଳିତ ଭାବେ ରଣନୀତି ପ୍ରସ୍ତୁତ କରିଥିଲେ। ବଣ୍ଡାଘାଟିରେ ଏକ ମାସ ମଧ୍ୟରେ ମୁଦୁଲିପଡା ଏବଂ ଅଣ୍ଡ୍ରାହାଲ ଠାରେ ଦୁଇଟି ବିଏସ୍ଏ‌ଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲଙ୍କ ଗତିବିଧି ଏଠାରେ ଏକ ପ୍ରକାର କମିଯାଇଛି। ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ ଏବଂ ଶିକ୍ଷା ଉପରେ ସରକାର ଗୁରୁତ୍ବ ଦେଇ ଆସିଥିବା କହିଥିଲେ। ନକ୍ସଲ ବିକାଶ ପଥରେ ବାଧା ନସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ଏବଂ ବାକି ଜୀବନ ସୁଖରେ କାଟନ୍ତୁ ବୋଲି ଆହ୍ବାନ ଦେଇଥିଲେ। ଜିଡିପିଙ୍କ ଏହି ଗସ୍ତ ଏହି ଅଂଚଳ ପାଇଁ ଏକ ଶୁଭଙ୍କର ବୋଲି କୁହାଯାଇଛି। ପୁଲିସ ଏବଂ ବିଏସ୍ଏ‌ଫ ମିଳିତ ଭାବେ ସଂପୂର୍ଣ୍ଣ ବଣ୍ଡାଘାଟିକୁ ଘେରି ରହିଛନ୍ତି। କୌଣସି ହଲଚଲ ହେଲେ ନକ୍ସଲଙ୍କର କ୍ଷତି ହେବ ବୋଲି କୁହାଯାଇଛି। ଜିଡିପି ଅଭୟ ବଣ୍ଡା ମହିଳାଙ୍କ ସହ ଆଲୋଚନା କରିଥିଲେ। ବଣ୍ଡା ସଂପ୍ରଦାୟର ଲୋକମାନଙ୍କୁ ଅଭୟ ସାଢୀ, ଲୁଙ୍ଗି, ଦୈନନ୍ଦିନ ସାମଗ୍ରୀ ସମେତ ଯୁବକମାନଙ୍କ ପାଇଁ ଖେଳ ସାମଗ୍ରୀ ଏବଂ ପିଲାମାନଙ୍କ ପାଇଁ ବହିପତ୍ର ପ୍ରଦାନ କରିଥିଲେ। ଏହି ଗସ୍ତ ନକ୍ସଲ ଦମନ ପାଇଁ ଏକ ବଡ ଗସ୍ତ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲାରେ ନକ୍ସଲ ଦମନ କ୍ଷେତ୍ରରେ ଡିଜିପିଙ୍କ ପ୍ରମୁଖ ଭୁମିକା ରହିଛି। ସେ ବାରମ୍ବାର ଜିଲ୍ଲାରେ ନକ୍ସଲ ଗିତିବିଧି ଉପରେ ଜିଲ୍ଲା ପୁଲିସ ସହ ଆଲୋଚନା କରୁଥିବା ଜଣାପଡିଛି। ଏହି ଗସ୍ତ ବେଳେ ଜିଡିପିଙ୍କ ସହ ଏସ୍ଓ‌ଜି କମାଣ୍ଡାଣ୍ଟ, ଆଇଜି ଅପରେସନ,ଏସପି ରିଶିକେଷ ଖିଲାରୀ, ବିଏସ୍ଏ‌ଫ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!