ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଓଡ଼ଗାଁ ବଜାର ମଧ୍ୟରେ ଲୁଚି କରି ବାଣ ବ୍ୟବସାୟ କରୁଥିବା ବେଳେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ବାଣ ଜବତ କରିବା ସହ ବ୍ୟବସାୟୀଙ୍କୁ ଅଟକ ରଖିଅଛି । ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା ସଦଳବଳେ ବାଣ ଦୋକାନରେ ଚଢାଉ କରି ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବାଣ ଜବତ କରିବା ସହ ବ୍ୟବସାୟିଙ୍କୁ ଅଟକ ରଖି ଅଛି । ଉକ୍ତ ବ୍ୟବସାୟୀଙ୍କ ନାଁ ସୁରେଶ ପାତ୍ର ଅଟେ ।





