Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ବନ ଦିବସ ପାଳିତ

ସହରରେ ସଚେତନତା ଶୋଭାଯାତ୍ରା

by ସଞ୍ଜୟ ସ୍ୱାଇଁ
March 21, 2021
in Nayagarh
ବିଶ୍ୱ ବନ ଦିବସ ପାଳିତ
136
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଡିଆର୍ଡିଏ ସୃଜନ ସଭା ଗୃହରେ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ ଯୋଗ ଦେଇଥିଲେ । ନିଆଁ ଜଙ୍ଗଲର ବଡ଼ ଶତ୍ରୁ ହୋଇଥିବା ବେଳେ ଚଳିତମାସରେ ନିଆଁ ଲିଭାଇବା ପାଇଁ ଯଥାସାଧ୍ୟ ଚେଷ୍ଟା କରିଥିବା ବନକର୍ମଚାରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଜଙ୍ଗଲର ଉପକାରିତା ଏବଂ ଏହା ଦ୍ୱାରା ମାନବ ସଭ୍ୟତାର ଲାଭ ବିଷୟରେ ବନଖଣ୍ଡ ଅଧିକାରୀ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦର ଶ୍ରୀଧର ପ୍ରଧାନ, ନୂଆଗାଁ ବ୍ଲକ ବାହାଡ଼ଝୋଲାର ସୂର୍ଯ୍ୟ ନାରାୟଣ ସାହୁ, ଓଡ଼ଗାଁ ବ୍ଲକ ଆଙ୍ଗିସିଙ୍ଗର ସୁବାଷ ଚନ୍ଦ୍ର ନାୟକ, ଭାପୁର ବ୍ଲକ ମାଣିବନ୍ଧର ରଘୁନାଥ ମହାପାତ୍ର, ଦଶପଲ୍ଲା ବ୍ଲକ ବାମ ଗ୍ରାମର ବିଭିଷଣ ନାୟକ, ରଣପୁର ବ୍ଲକ କୁଳାସରର ବିଜୟ କୁମାର ମହାପାତ୍ରଙ୍କୁ ଚଳିତ ବର୍ଷର ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିଭଳି ଭାବେ ଓଡ଼ଗାଁ ବ୍ଲକର ଶଙ୍କର ଚାରିଟେବୁଲ ଟ୍ରଷ୍ଟ, ଭାପୁର ବ୍ଲକ ସମ୍ବାଦ ସାହିତ୍ୟ ଘର, ଦଶପଲ୍ଲାର ସାମୁହିକ ବିକାଶ ସମିତି, ରଣପୁର ବ୍ଲକ ଘାଟ ନିର୍ମାଣ ସେବା ସଂଘକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ଶ୍ୱେତାଲୀନା ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାଧୁରୀ ସାମଲଙ୍କ ସମେତ ଅନେକ ବନକର୍ମଚାରୀ, ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପୂର୍ବାହ୍ନରେ ବନବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!