Monday, March 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲୁଗାଁ ପ୍ରିମିୟମ ଲିଗ୍, ଦୁର୍ଗାପ୍ରସାଦ ଚମ୍ପିୟାନ

by ସଞ୍ଜୟ ସ୍ୱାଇଁ
January 4, 2020
in Sports
ବାଲୁଗାଁ ପ୍ରିମିୟମ ଲିଗ୍, ଦୁର୍ଗାପ୍ରସାଦ ଚମ୍ପିୟାନ
23
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବାଲୁଗାଁ ମା’ ଚଣ୍ଡି କ୍ରିକେଟ କ୍ଲବ ଆନୁକୁଲ୍ୟରେ ବାଲୁଗାଁ ପ୍ରିମିୟମ ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖେଳରେ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଆଜି ଫାଇନାଲ ମ୍ୟାଚ ଦୁର୍ଗାପ୍ରସାଦ କ୍ରିକେଟ କ୍ଲବ ଏବଂ ଖଳିସାହି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଖଳିସାହି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୦୭ ରନ କରିଥିବା ବେଳେ ଦୁର୍ଗାପ୍ରସାଦ ଦଳ ୮ ଗୋଟି ଉଇକେଟ ହରାଇ ୧୧୧ ରନ କରିଥିଲା । ଆଜିର ଖେଳରେ ଦୁର୍ଗାପ୍ରସାଦ ଦଳକୁ ୫ ହଜାର ୫୫୫ ଟଙ୍କା ସହିତ ଏକ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅପ୍ ଦଳକୁ ୩ ହଜାର ୩୩୩ ଟଙ୍କା ସହ ଏକ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଖେଳରେ ମ୍ୟାନ ଅଫ ଦି ସିରିଜି ସୁଶୀଲ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିବା ବେଳେ ମ୍ୟାନ ଅଫ ଦ ମ୍ୟାଚ ମାନଓ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରମେଶ କୁମାର ସାହୁ, ଜିଲ୍ଲା ପରିଷଦ କଳ୍ପନା ଦଳବେହେରା, ଜନ୍ନାର୍ଦ୍ଦନ ଦଳବେହେରା, ବ୍ଲକ ଉପାଧ୍ୟକ୍ଷ ସୁବାଷ କହଁର, ଘଡ଼ୁଆଳ ସମିତି ସଭ୍ୟ ରବିନ୍ଦ୍ର କୁମାର ଜେନା ଉପସ୍ଥିତ ରହି ଖେଳାଳୀମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଖେଳକୁ ବିଜୁ ଯୁବ ବାହିନୀ କର୍ମକର୍ତ୍ତା ପରିଚାଳନା କରିଥିଲେ ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!