ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବାଲୁଗାଁ ମା’ ଚଣ୍ଡି କ୍ରିକେଟ କ୍ଲବ ଆନୁକୁଲ୍ୟରେ ବାଲୁଗାଁ ପ୍ରିମିୟମ ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖେଳରେ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଆଜି ଫାଇନାଲ ମ୍ୟାଚ ଦୁର୍ଗାପ୍ରସାଦ କ୍ରିକେଟ କ୍ଲବ ଏବଂ ଖଳିସାହି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଖଳିସାହି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୦୭ ରନ କରିଥିବା ବେଳେ ଦୁର୍ଗାପ୍ରସାଦ ଦଳ ୮ ଗୋଟି ଉଇକେଟ ହରାଇ ୧୧୧ ରନ କରିଥିଲା । ଆଜିର ଖେଳରେ ଦୁର୍ଗାପ୍ରସାଦ ଦଳକୁ ୫ ହଜାର ୫୫୫ ଟଙ୍କା ସହିତ ଏକ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅପ୍ ଦଳକୁ ୩ ହଜାର ୩୩୩ ଟଙ୍କା ସହ ଏକ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଖେଳରେ ମ୍ୟାନ ଅଫ ଦି ସିରିଜି ସୁଶୀଲ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିବା ବେଳେ ମ୍ୟାନ ଅଫ ଦ ମ୍ୟାଚ ମାନଓ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରମେଶ କୁମାର ସାହୁ, ଜିଲ୍ଲା ପରିଷଦ କଳ୍ପନା ଦଳବେହେରା, ଜନ୍ନାର୍ଦ୍ଦନ ଦଳବେହେରା, ବ୍ଲକ ଉପାଧ୍ୟକ୍ଷ ସୁବାଷ କହଁର, ଘଡ଼ୁଆଳ ସମିତି ସଭ୍ୟ ରବିନ୍ଦ୍ର କୁମାର ଜେନା ଉପସ୍ଥିତ ରହି ଖେଳାଳୀମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଖେଳକୁ ବିଜୁ ଯୁବ ବାହିନୀ କର୍ମକର୍ତ୍ତା ପରିଚାଳନା କରିଥିଲେ ।