ବାଲେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ କଟା ହାତ, କଟା ମୁଣ୍ଡର ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ତାହା ହେଉଛି କଟା ଗୋଡ଼ । ତେବେ କଟା ଗୋଡ଼ ଏକ ବିଲରୁ ମିଳିଥିବା ବେଳେ ଗଣ୍ଡିଟି କେଉଁଠି ପଡିଛି ପୁଲିସ୍ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ତେବେ ଏଭଳି ଘଟଣା ଘଟିଛି ଜଳେଶ୍ୱର ଥାନା ଅଞ୍ଚଳରେ । ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଜମାଲପୁର ଗାଁର ଲୋକମାନେ ସବୁଦିନ ପରି ଆଜି ବିଲକୁ କାମ କରିବାକୁ ଯାଉଥିବା ବେଳେ ଜାତୀୟ ରାଜପଥର ପାଶ୍ୱର୍ ବିଲ ମଝିରେ ଗଦା ହୋଇଥିବା ବାଲି ଉପରେ ଏକ ଗୋଡ଼ ପଡିଥିବା ଦେଖିବାକୁ ପାଇଥିଲେ । ଲୋକମାନେ ଭୟଭୀତ ହୋଇ ପୁଲିସକୁ ଖବର ଦେଇଥିଲେ । ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଉକ୍ତ କଟା ଗୋଡଟିକୁ ଯବତ କରି ଗଦା ହୋଇଥିବା ବାଲିକୁ ଖେଳାଇ ଆଉ ଏକ କଟା ଗୋଡ ଦେଖିବାକି ପାଇଥିଲା । ଦୁଇଟି କଟା ଗୋଡକୁ ଜବତ କରି ପୁଲିସ ଫରେନସିକ୍ ଲ୍ୟାବକୁ ପଠାଇଥିବା ବେଳେ ଗଣ୍ଡିଟି କେଉଁଠି ପଡିଛି ବୋଲି ଖୋଜୁଛି ଜଳେଶ୍ୱର ପୁଲିସ । ତେବେ ଉକ୍ତ କଟାଗୋଡ଼ ୨୫ଦିନର ବୋଲି ଅନୁମାନ କରାଯାଉଛି । ପୁଲିସ ପାରିପାଶ୍ୱିର୍କ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିବା ବେଳେ କଟାଗୋଡ଼ର ବ୍ୟକ୍ତି କିଏ ବୋଲି ପରିଚୟ ମିଳିପାରି ନାହିଁ । ରାଜ୍ୟରେ କିଛିଦିନ ପୂର୍ବରୁ କଟା ହାତ, କଟା ମୁଣ୍ଡ ପରେ ପୁଣି ଜଳେଶ୍ୱରର ଥାନା ଅ ଳରୁ ମିଳିଥିବା କଟାଗୋଡ଼କୁ ରାଜ୍ୟର ଆଇନ ଶୃଙ୍ଖଳା ଭୁସୁଡି ପଡିଥିବା ନେଇ ମନେ ହେଉଛି ।





