Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକାଙ୍କୁ ଗଣଦୁଷ୍କର୍ମ, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ପିଡିତା, ୪ ଅଟକ

by ସଞ୍ଜୟ ସ୍ୱାଇଁ
September 23, 2023
in Crime, State
ନାବାଳିକାଙ୍କୁ ଗଣଦୁଷ୍କର୍ମ, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ପିଡିତା, ୪ ଅଟକ
43
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମି ଅଞ୍ଚଳର ଏକ ହୋଟେଲ୍‌ରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ହୋଇଛି । ଏହି ଅଭିଯୋଗରେ ପୁଲିସ୍ ହୋଟେଲ ମ୍ୟାନେଜର୍ ସମେତ ୪ ଜଣଙ୍କୁ ଅଟକ ରଖିଛି । ଅଭିଯୁକ୍ତମାନଙ୍କ ଘର ବାଲେଶ୍ୱର ସଦରଥାନା ହଳଦୀପଦା ଅଞ୍ଚଳରେ । ଅନ୍ୟପଟେ ଲୋକଲଜ୍ଜା ସହି ନ ପାରି ପୀଡ଼ିତା ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୂଚନା ମୁତାବକ, ବାଲେଶ୍ୱର ସଦରଥାନା ଅଞ୍ଚଳର ଜଣେ ନାବାଳିକା (୧୫) ୩ ଜଣ ଯୁବକଙ୍କ ସହ ଗୁରୁବାର ଚାନ୍ଦିପୁର ବେଳାଭୂମି ବୁଲିବାକୁ ଯାଇଥିଲେ । ସେମାନେ ଚାନ୍ଦିପୁରରେ ଥିବା ଏକ ହୋଟେଲରେ ରୁମ୍ ଭଡ଼ା ନେଇ ରହିଥିଲେ । ସେଠାରେ ସେମାନେ ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ । ନାବାଳିକା ଜଣଙ୍କ ସେଠାରୁ ଆସିବା ପରେ ଘରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ପୀଡ଼ିତାଙ୍କ ପରିବାର ଲୋକେ ଏ ସଂପର୍କରେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକ୍ରମେ ମାମଲା ରୁଜୁ କରି ସଦର ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି । ପୁଲିସ୍ ହଳଦୀପଦା ଅଞ୍ଚଳର ସଞ୍ଜୀବ, ବିକାଶ, ଶୀତାଂଶୁଙ୍କ ସମେତ ସଂପୃକ୍ତ ହୋଟେଲ୍ ମ୍ୟାନେଜର ଉମାକାନ୍ତ ସାହୁଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି । ଅପରପକ୍ଷରେ ଗୁରୁତର ଅବସ୍ଥାରେ ପୀଡ଼ିତା ଫକୀର ମୋହନ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ସମ୍ବେଦଶୀଳ ଘଟଣାର ତଦନ୍ତ ଚାଲିଥିବା ଏସ୍‌ଡିପିଓ ଡ. ଶଶାଙ୍କ ଶେଖର ବେହୁରା କହିଛନ୍ତି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ହୋଟେଲ ସିଲ୍ ହେବ କି ନାହିଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!