ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାସ୍ତା ବଲାଙ୍ଗୀବନ୍ଧଠାରେ ନିର୍ମାଣଧିନ ପାର୍କର ନିର୍ମାଣ କାର୍ଯ୍ୟକୁ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତଦାରଖ କରିଛନ୍ତି । ନୟାଗଡ଼ ବାସୀଙ୍କ ପାଇଁ ପ୍ରତିକ୍ଷିତ ବଲାଙ୍ଗୀପାର୍କ ବିଧାୟକଙ୍କ ଏକ ସ୍ୱପ୍ନ ହୋଇଥିବା ବେଳେ ଏହାକୁ ବିଶ୍ୱସ୍ତରୀୟ ପାର୍କ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ସାହୁ ବିଗତ ଦିନରେ ପ୍ରକାଶ କରିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଥିବା ବେଳେ ଜଙ୍ଗଲ ବିଭାଗ ପାର୍କ ଚାରିପଟେ ଥିବା ଜଙ୍ଗଲରେ ବୃକ୍ଷରୋପଣ କରିଛି । ପାହାଡ଼ ଉପରେ ଏକ ୱାଚ ଟାୱାର ଏବଂ ଅନ୍ୟାନ ଉନ୍ନୟନ କାର୍ଯ୍ୟ ଚାଲୁ ରହିଥିବା ଆଜି ମନ୍ତ୍ରୀଙ୍କ ସହ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତ, ପୈାର ଯନ୍ତ୍ରୀ ସନାତନ ଭୋଳ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ଏହି କାର୍ଯ୍ୟର ଅଗ୍ରଗତି ଏବଂ ନିର୍ମାଣ ପ୍ରକିୟା ନେଇ ମନ୍ତ୍ରୀ ଉକ୍ତ ସ୍ଥାନରେ ସମୀକ୍ଷା କରିଥିବା ଜଣାଯାଇଛି । ଏଠାରେ ଆଗାମୀ ଦିନରେ ରୋପ ୱେ, ୱାଚ ଟାୱାର, ଶିଶୁ ପାର୍କ ଏବଂ ନୟାଗଡ଼ ସଂଗ୍ରାହଳୟ ପାଇଁ ଯୋଜନା ରହିଥିଛି ।





