ବାଲିପାଟଣା, (ବାଘୁଆବାର୍ତ୍ତା): ପାରିବାରିକ କଳହର କରୁଣ ପରିଣତି । ବ୍ଲେଡ୍ ସାହାଯ୍ୟରେ ୩ବର୍ଷ ଝିଅର ବେକ କାଟିଲା ବାପା । ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଳକାଟିରେ । ସ୍ଥାନୀୟ ଲୋକେ ଗୁରୁତର ଶିଶୁ କନ୍ୟାକୁ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ପରେ ଶିଶୁକନ୍ୟାକୁ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍କୁ ରେଫର କରାଯାଇଛି । ବାଳକାଟି ସାତକାଣିଆ ଅଂଚଳରେ ଥିବା ଇଟାଭାଟିରେ ଗଣେଶ ସିଂ ଏବଂ ପତ୍ନୀ ପାନ ସିଂ ଶ୍ରମିକ ଭାବେ କାର୍ୟ୍ୟ କରନ୍ତି । କୌଣସି କାରଣରୁ ସ୍ଵାମୀ-ସ୍ତ୍ରୀ ମଧ୍ୟରେ କଳହ ଲାଗିଥିଲା । ଏଥିରେ ସ୍ଵାମୀ ଗଣେଶ ଉତକ୍ଷିପ୍ତ ହୋଇ ନିଜ ୩ ବର୍ଷର ଶିଶୁ କନ୍ୟାର ବେକକୁ ବ୍ଲେଡ୍ରେ କାଟି ଦେଇଥିଲା । ଫଳରେ ଶିଶୁ କନ୍ୟାର ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଗୁରୁତର ଶିଶୁ କନ୍ୟାକୁ ଉଦ୍ଧାର କରି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ।





