ନୟାଗଡ଼,(ବାଘୁଆବାର୍ତ୍ତା): ବିରୁଡା ଗ୍ରାମପଞ୍ଚାୟତରେ ଅବସ୍ଥିତ କାଳନ୍ଦୀ ସୁରୁଜ ବିଦ୍ୟାପିଠର ପ୍ରାଣ ପ୍ରତିଷ୍ଠାତା ବଳଭଦ୍ର ଜେନାଙ୍କ ଆଜି ବିୟୋଗ ହୋଇଛି । ମୃତ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ବିରୁଡା ଗ୍ରାମ ପଞ୍ଚାୟାତାର ଜଣେ ଉତ୍ତମ ଚାଷୀ, ଭଦ୍ର ଓ ଅମାୟିକ ମଣିଷ ପରିଚିତ ଥିଲେ । ଦୀର୍ଘଦିନ ଧରି ବିରୁଡା ଗ୍ରାମ କମିଟିର ସଭାପତି ଓ ବିଭିନ୍ନ ପଦପଦବୀରେ ଥିଲେ । ଯେଉଁ ସମୟରେ ଉଚ୍ଚ ଶିକ୍ଷା ପାଇଁ ଉକ୍ତ ପଞ୍ଚାୟତରୁ ଛାତ୍ର ଛାତ୍ରୀ ମାନେ ପାଞ୍ଚ କିଲୋମିଟର ଚାଲି ଚାଲି ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କରୁଥିଲେ । ଏହି ସମୟରେ ଏହି ଅମାୟିକ ବ୍ୟକ୍ତିତ୍ୱ ବିରୁଡା ଗ୍ରାମରେ ନିଜସ୍ୱ ଉଦ୍ୟମରେ ଏକ ହାଇସ୍କୁଲ ଖୋଲିଥିଲେ । ସିମିତ ଚାଷ ପଇସାରେ ସ୍କୁଲଟିଏ କରି ଅନେକ ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରେରଣା ଦାୟକ ଥିଲେ । ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।






