ବଡ଼ମ୍ବା, (ବାଘୁଆବାର୍ତ୍ତା): ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବାର ରାକେଟ୍ କଟକ ଜିଲ୍ଲାରେ ସକ୍ରିୟ ଥିବା ନେଇ ଚର୍ଚ୍ଚା ଲାଗିରହିଛି । ସମସ୍ତେ ସମାନ ନାହାନ୍ତି ତାହା ଆଜି ପ୍ରମାଣ କରିଛନ୍ତି ବେଲିଆପାଳ ଗ୍ରାମବାସୀ । ସୂଚନାନୁସାରେ, କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବେଲିଆପାଳ ଗାଁ ନିକଟସ୍ଥ ଜଙ୍ଗଲରୁ ଏକ ବଜ୍ରକାପ୍ତା ଗାଁ ମୁହାଁ ହୋଇ ଆସୁଥିବା ବେଳେ ସ୍ଥାନୀୟ ଲୋକ ଦେଖି ଏକଜୁଟ ହୋଇ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି । ବେଲିଆପାଳ ଗ୍ରାମବାସୀଙ୍କ ଏଭଳି ମହାନତା ପାଇଁ ବନବିଭାଗ ପକ୍ଷରୁ ପ୍ରଶଂସା କରିଛନ୍ତି ।






