ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଗ୍ରାମ ନମାଣ ସାହିର ବିଦ୍ୟାଧର ପ୍ରଧାନ ଏବଂ ନିର ପ୍ରଧାନଙ୍କ ବାରିପଟେ ଥିବା ନଡ଼ିଆଗଛରେ ବଜ୍ରାଘାତ ଯୋଗୁଁ ନିଆଁ ଲାଗି ଦୁଇଟି ନଡିଆଗଛ ଜଳିଯାଇଛି । ସୂଚନା ଅନୁଯାୟୀ ଅଦିନିଆ କାଳବୈଶାଖୀ ପ୍ରଭାବରେ ଅନୁଷ୍ଠିତ ବର୍ଷା ଯୋଗୁଁ ଘଡଘଡି ମାରି ନଡ଼ିଆ ଗଛ ଦୁଇଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା।






