ନୟାଗଡ଼,(ବାଘୁଆବାର୍ତ୍ତା); ନୟାଗଡ଼ ସ୍ଥିତ କଇଥଗାଡ଼ିଆ ଶିବ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାମ ମନ୍ଦିର ପାଇ ଅର୍ଥ ସଂଗ୍ରହ ଅଭିଯାନ ସଂମ୍ପର୍କରେ ବୈଠକରେ ଆଲୋଚନା ହେବା ସହ ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି । ଏହି ଚୟନ ପ୍ରକିୟାରେ ନଗର ବଜରଙ୍ଗ ଦଳ ସଂଯୋଜକ ଭାବେ ରଞ୍ଜନ କୁମାର ବେହେରା, ସହସଂଯୋଜକ ଭାବେ ସହଦେବ ଜେନା, ମିଳନ କେନ୍ଦ୍ର ପ୍ରମୂଖ ଭାବେ ବବୁଲ ବଳବନ୍ତରାୟ, ସୁରକ୍ଷା ପ୍ରମୂଖ ଭାବେ ସରୋଜ ସାହୁ, ରଣପୁର ପ୍ରଖଣ୍ଡ ସଂଯୋଜକ ଭାବେ ସୁଶାନ୍ତ କୁମାର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଭଗବାନ ସାହୁ, ଜିଲ୍ଲା ସଂପାଦକ ଜଗନ୍ନାଥ ଦାସ, ଜିଲ୍ଲା ଉପସଭାପତି ହରେକୃଷ୍ଣ ମୁଦୁଲି, ଖୋର୍ଦ୍ଧା ସମ୍ପାଦକ କେଶବ ରାଉତରାୟ, ବଜରଙ୍ଗ ଦଳ ବିଭାଗ ସଂଯୋଜକ ବିଭୂତି ଭୂଷଣ ମହାପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ ।





