Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

by ସଞ୍ଜୟ ସ୍ୱାଇଁ
May 24, 2021
in Nayagarh
ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
727
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଦ୍ୱାରା ଆଜି ନୟାଗଡ଼ ବାଇପାସ ରାସ୍ତା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣକୁ ଗୁରୁତ୍ୱ ଦିଆଯାଇଛି । ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥର ରାସ୍ତା ବଡ଼ପଣ୍ଡୁସରଠାରୁ ବାହାରି ବିଭିନ୍ନ ଗ୍ରାମ ଦେଇ ମାଙ୍କପଲ୍ଲୀ ନିକଟରେ ପୁଣିଥରେ ୫୭ ନଂ ଜାତୀୟ ରାଜପଥକୁ ଛୁଇଁବ । ଏଥିପାଇଁ ନୟାଗଡ଼ ତହସିଲଦାରଙ୍କୁ ଜମି ଅଧିଗ୍ରହଣ କରିବା ସହିତ ଜମିର କିସମ ପରିବର୍ତନ ନ କରିବା ଏବଂ ମୂଲ୍ୟ ଆକଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥର ନୋଟିଫିକେସନ୍ ଅନୁଯାୟୀ ଜିଲ୍ଲା ସବରେଜିଷ୍ଟ୍ରାର ଉକ୍ତ ରାସ୍ତା ମଧ୍ୟରେ ପଡ଼ୁଥିବା ବେସରକାରୀ ଜମିଜମାର ସରକାରୀ ଦର ନିର୍ଦ୍ଧାରଣ କରିବା ସହିତ କ୍ରୟ ବିକ୍ରୟ ସ୍ଥଗିତ ରଖିବାକୁ ମଧ୍ୟ ଆଦେଶ ଦିଆଯାଇଛି । ବାଇପାସ ରାସ୍ତା ନିର୍ମାଣ ପାଇଁ ଚିହ୍ନିତ ଜମି ଉଭୟ ପାଶ୍ୱର୍ରେ ଖମ୍ବ ପୋତାଯିବା ପାଇଁ ଆଜିର ବୈଠକରେ ସ୍ଥିର କରାଯାଇଛି । ସେହିପରି ଫଳନ୍ତି ଗଛ ଏବଂ ପରିବା ଚାଷ ହେଉଥିବା ଜମିଜମାର ଚିହ୍ନଟ ଓ ମୂଲ୍ୟାଙ୍କନ କରିବା ପାଇଁଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉକ୍ତ ଅଞ୍ଚଳରେ ହେଉଥିବା ଚାଷଜମିର ଚିହ୍ନଟ ସହିତ ଅମଳ ହେଉଥିବା ଶସ୍ୟର ମୂଲ୍ୟାଙ୍କନ କରିବା ପାଇଁ କୁହାଯାଇଛି । ସରକାରୀ ଓ ବେସରକାରୀ ଜମିରେ ଥିବା ବିଭିନ୍ନ ଗଛ ଓ ବନୀକରଣର ଚିହ୍ନଟ କରିବା ସହିତ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡିଙ୍କୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ଜାତୀୟ ରାଜପଥ ବିଭାଗର ସମସ୍ତ ଅଧିକାରୀ ଏବଂ ଲାଇନ ବିଭାଗ ଅଧିକାରୀମାନେ ଯୋଗ ଦେଇଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!