ବୈପାରିଗୁଡ଼ା, (ବାଘୁଆବାର୍ତ୍ତା): ମାମୁର ଟାଙ୍ଗିଆ ଚୋଟରେ ଭଣଜା ମୃତ l ଏଭଳି ଅଭାବନୀୟ ଘଟଣା ବୈପାରୀଗୁଡା ବ୍ଲକ ସରୁଜବା ଗାଁରେ ଘଟିଛି l ମୃତକ ଉକ୍ତ ଗ୍ରାମର ଗୋପୀ ଗାଦବାଙ୍କ ୪୦ ବର୍ଷୀୟ ପୁଅ ଲେରୀ ଗାଦବା l ଶନିବାର ରାତିରେ ସାମାନ୍ୟ ବଚସାକୁ ନେଇ ମୃତକ ଲେରୀ ଏବଂ ତାଙ୍କ ମାମୁ ପୁଅ ଶୁକଦେବ ଗାଦବାଙ୍କ ମଧ୍ୟରେ ଝଗଡା ହୋଇଥିଲା l

ହେଲେ ଲେରୀ କ୍ରୋଧରେ ଶୁକଦେବଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ସମୟରେ ଶୁକଦେବ ଘଟଣାସ୍ଥଳରୁ ଦୌଡି ଚାଲିଯାଇଥିଲେ l ଏହି ଘଟଣାକୁ ନେଇ ଶୁକଦେବଙ୍କ ବାପା ଲେରୀଙ୍କୁ ଅଟକାଇବାରୁ ଶୁକଦେବଙ୍କ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଲେରୀ l ଶେଷରେ ନିଜକୁ ବଞ୍ଚାଇବାକୁ ଯାଇ ଶୁକଦେବଙ୍କ ବାପା ଲେରୀଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା l ଖବର ପାଇ ରବିବାର ସକାଳେ ବୈପାରୀଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସେପଟେ ହତ୍ୟାକାରୀ ଶୁକଦେବର ବାପା ଲେରୀ ଗାଦବା ଫେରାର ଅଛନ୍ତି l





