Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

by ସଞ୍ଜୟ ସ୍ୱାଇଁ
October 18, 2024
in NATIONAL NEWS
ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ
12
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଦୀର୍ଘ ୨୮ ମାସ ହେଲା ଜେଲରେ ଥିବା ଆପ୍‌ର ବରିଷ୍ଠ ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଇଡି ଗୋଟିଏ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା। ଜାମିନ ପ୍ରଦାନ କରିବା ବେଳେ କୋର୍ଟ ଜୈନଙ୍କୁ ଦୀର୍ଘ ଦିନ ହେଲା ଜେଲରେ ଅଟକ ରଖାଯିବା କଥା ଉଠାଇଥିଲେ। ଏଥିସହ ଅନ୍ୟତମ ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଜାମିନ ଦେବା ବେଳେ ସୁପ୍ରିମକୋର୍ଟ କହିଥିବା କଥାକୁ ମଧ୍ୟ ତଳ କୋର୍ଟ ଦୋହରାଇଛନ୍ତି। ମାମଲାର ଦ୍ରୁତ ଶୁଣାଣି ମୌଳିକ ଅଧିକାର ମଧ୍ୟରେ ଆସୁଛି ବୋଳି କୋର୍ଟ କହିଛନ୍ତି। ଜୈନଙ୍କୁ ୨୦୨୨ ମସିହା ମେ’ ୩୦ ତାରିଖରେ ଇଡି ଜୈନଙ୍କୁ ଗିରଫ କରିଥିଲା। ତାଙ୍କ ସହ ଜଡ଼ିତ ୪ କମ୍ପାନୀ ଜରିଆରେ ସେ ବେଆଇନ ଭାବେ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଇଡି ଏପରି ପଦକ୍ଷେପ ନେଇଥିଲା। ଗିରଫ ପରଠାରୁ ସତ୍ୟେନ୍ଦ୍ର ଜୈନ ବାରମ୍ବାର ଜାମିନ ଆବେନ କରୁଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। କୋର୍ଟ ଆଜି ରାୟ ଦେବା ବେଳେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ପିଏମଏଲଏ ଭଳି କଠୋର ଆଇନ ସହ ଜଡ଼ିତ ମାମଲାରେ ଏହାକୁ ବେଶୀ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଜାମିନ ଆବେଦନକୁ ସବୁଥର ଭଳି ଏଥର ମଧ୍ୟ ଇଡି ଜୋରଦାର ବିରୋଧ କରିଥିଲା। ଜୈନ ଯେହେତୁ ଦୀର୍ଘ ମାସ ହେଲା ଜେଲରେ ରହି ସାରିଲେଣି ଓ ନିକଟ ଭବିଷ୍ୟତରେ ମାମଲାର ଟ୍ରାଏଲ ମଧ୍ୟ ହେବା ଭଳି ଲାଗୁ ନାହିଁ ବୋଲି କୋର୍ଟ ମତ ରଖିଥିଲେ। ଏହାପରେ ଜୈନଙ୍କୁ ଜାମିନ ଦେଇଥିଲେ। କୋର୍ଟ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ବଳରେ ଜୈନଙ୍କୁ ଜାମିନ ଦେଇଛନ୍ତି। ଜାମିନରେ ଥିବା ବେଳେ ସେ ମାମଲା ସହ ଜଡ଼ିତ କୌଣସି ସାକ୍ଷୀ କିମ୍ବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେ ନାହିଁ। ସେ କୌଣସି ବି ଉପାୟରେ ଟ୍ରାଏଲକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ। କୋର୍ଟଙ୍କ ବିନା ଅନୁମତିରେ ଜୈନ ବିଦେଶ ଯାତ୍ରା କରିପାରିବେ ନାହିଁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!