ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଅସଲି ଟଙ୍କା ଦେଇ ନକଲି ଟଙ୍କା ପାଇଲେ । ବ୍ରହ୍ମପୁରର ଦୁଇ ଜଣ ଯୁବକ ଠକେଇର ଶିକାର ହେଲେ । ୨୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସଚିନ ମହାପାତ୍ର ଏବଂ ସୂର୍ୟ୍ୟ ନାରାୟଣ ପାତ୍ର ଠକେଇର ଶିକାର ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଯୁବକଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଠକେଇ କରି ନେବାରେ ବଦ୍ରିନାଥ ପଣ୍ଡା ଏବଂ ଅକ୍ଷୟ ନାୟକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି । ୯ ଲକ୍ଷ ଟଙ୍କା ଦେଲେ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଯିବ କହି ଦୁଇ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ନେଇଥିବା ବେଳେ ପ୍ରତି ବଦଳରେ ନକଲି ୩୦ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ୩ରୁ ଅଧିକଙ୍କୁ ଅଟକ ରଖି ତଦନ୍ତ କରୁଛି । ନକଲି ଟଙ୍କା କାରବାର ଚେର ବ୍ରହ୍ମପୁରରୁ ରାଜ୍ୟ ବାହାରକୁ ଲମ୍ବିଥିବା ପୋଲିସ ଅନୁମାନ କରୁଥିବା ବେଳେ ପ୍ରକୃତ ଆସାମୀଙ୍କୁ ଧରିବା ପାଇଁ ପ୍ରୟାସ କରୁଛି ।





