Monday, July 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିସ୍ଫୋରଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଜୋ ବାଇଡେନ କଡା ନିଷ୍ପତି, ଆତଙ୍କବାଦୀଙ୍କୁ ଖୋଜିଖୋଜି ମାରିବୁ

by ସଞ୍ଜୟ ସ୍ୱାଇଁ
August 27, 2021
in WORLD
ବିସ୍ଫୋରଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଜୋ ବାଇଡେନ କଡା ନିଷ୍ପତି, ଆତଙ୍କବାଦୀଙ୍କୁ ଖୋଜିଖୋଜି ମାରିବୁ
273
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ବିସ୍ଫୋରଣରେ ପୁଣି ଥରେ ଥରିଲା ଆଫଗାନିସ୍ତାନ । ୭୦ରୁ ଅଧିକ ବ୍ୟକ୍ତିଙ୍କ ଗଲା ଜୀବନ । ମୃତକଙ୍କ ମଧ୍ୟରେ ଅନେକ ଆମେରିକୀୟ ସୈନ୍ୟ ରହିଛନ୍ତି । ତେବେ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ସିରିଜ୍ ବିସ୍ଫୋରଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆକ୍ରମଣ ପରେ ହ୍ୱାଇଟ ହାଉସରୁ ଏକ ସମ୍ବୋଧନରେ ଜୋ ବାଇଡେନ କହିଛନ୍ତି, ଆମେ ଆତଙ୍କବାଦୀଙ୍କୁ ଛାଡ଼ିବୁ ନାହିଁ । ସେମାନଙ୍କୁ ଖୋଜି ଖୋଜି ମାରିବୁ । କାବୁଲ ଆକ୍ରମଣକାରୀଙ୍କୁ ଚେତାବନୀ ଦେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଆତଙ୍କବାଦୀଙ୍କୁ ସହଜରେ ଛାଡ଼ିବୁ ନାହିଁ । ସେମାନେ କରିଥିବାର କାଣ୍ଡର ଉଚିତ ଜବାବ ଦେବୁ । ଆମେ ଆଫଗାନିସ୍ତାନରୁ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିବୁ । ଆମେ ଆମର ସହଯୋଗୀଙ୍କୁ ବାହାର କରିବୁ । ଆମର ମିଶନ ଜାରି ରହିବ ବୋଲି ବାଇଡେନ ନିଜର ସମ୍ବୋଧନରେ କହିଛନ୍ତି । ଆହୁରି ମଧ୍ୟ ବିସ୍ଫୋରଣ ନେଇ ବାଇଡେନ କହିଛନ୍ତି ଯେ, ତାଲିବାନ ଏବଂ ଇସଲାମିକ ଷ୍ଟେଟ ମଧ୍ୟରେ ବୁଝାମଣା ମାଧ୍ୟରେ ବିସ୍ଫୋରଣ ହୋଇଥିବାର କୌଣସି ପ୍ରମାଣ ନାହିଁ । ବିସ୍ଫୋରଣ ପୂର୍ବରୁ ବାଇଡେନ ସତର୍କ ନେଇ ଚେତାବନୀ ଦେଇଥିଲେ । ଗତ ଅଗଷ୍ଟ ୨୦ ତାରିଖରେ ସେ କହିଥିଲେ ଯେ, କାବୁଲ ବିମାନବନ୍ଦର ନିକଟରେ କୌଣସି ପ୍ରକାରର ସମ୍ଭାବିତ ଆତଙ୍କବାଦୀ ଘଟଣା ଉପରେ ଆମେ ନଜର ରଖିଛୁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!