ୱାଶିଂଟନ, (ବାଘୁଆବାର୍ତ୍ତା): ଫସିଯିବ କି ବେଜିଂ! କରୋନାର ଉତ୍ପତ୍ତି ରିପୋର୍ଟ ଦେବାକୁ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ସରକାର ବଦଳିଲେ କୋଭିଡ୍-୧୯ର ଉତ୍ପତ୍ତିକୁ ନେଇ ଅନ୍ତର୍ଜାତୀୟ ଚାପ ରହିଛି । ତାହା କମିଯିବ ବୋଲି ବେଜିଂ ସରକାର ଭାବିଥିଲା । ସେଥିପାଇଁ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସରବି ପରେ ପରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆମେରିକାର ଗୁଇନ୍ଦ ଟିମ୍ କରୋନାର ଉତ୍ପତ୍ତି ନେଇ ଦେଇଥିବା ରିପୋର୍ଟ ସମସ୍ତଙ୍କୁ ଚକିତ କରାଇଛି । ଉକ୍ତ ରିପୋର୍ଟରେ ଚାଲାଖ୍ ଦେଖାଇ ଚାଇନା ଅନେକ ସତ୍ୟ କଥା ଲୁଚାଇଛି । ବର୍ତ୍ତମାନ ବାଇଡେନ୍ ସରକାର କରୋନାର ଉତ୍ପତ୍ତି ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆମେରିକାର ଗୁଇନ୍ଦା ବିଭାଗ ଏହା ଉପରେ ତଥ୍ୟ ସଂଗ୍ରହ କରି ସମସ୍ତ ତଥ୍ୟ ପଦାକୁ ଆଣିବାକୁ ଚେଷ୍ଟା ଜାରି ରଖିଛି । ଆମେରିକା ରାଷ୍ଟ୍ରପତି ଠୋସ୍ ପ୍ରମାଣ ପାଇଁ ୯୦ଦିନ ଅବଧି ସ୍ଥିର କରିଛନ୍ତି । ତେଣୁ ତଦନ୍ତରେ ସମ୍ପୁର୍ଣ୍ଣ ସହଯୋଗ କରିବା ପାଇଁ ଚାଇନା ସରକାରଙ୍କୁ ଆମେରିକା ସରକାର କହିଛି । ହେଲେ ଚାଇନାର ଉହାନ ଭିରୋଲୋଜି ଇନଷ୍ଟିଚ୍ୟୁଟରୁ କୋଭିଡ୍ ସଂକ୍ରମଣ ବ୍ୟାପିଥିବା ନେଇ ଅଭିଯୋଗର ନିରପେକ୍ଷ ତଦନ୍ତକୁ ନେଇ ଡ୍ରାଗନ କୌଣସି ମତ ରଖିନାହିଁ । ବାଇଡେନ୍ କହିଛନ୍ତି ଯେ, ଅନ୍ତର୍ଜାତୀୟ ଅନୁସନ୍ଧନକାରୀ ସଂସ୍ଥାକୁ ଚାଇନା କେବଳ ତଥ୍ୟ ଦେଲେ ହେବନି ବରଂ ନିରପେକ୍ଷ ତଦନ୍ତରେ ସହଯୋଗ କରିବା ଦରକାର । କିନ୍ତୁ ଚାଇନା ଦାବି କରୁଛି ଯେ, ଏହି ସଂକ୍ରମଣ ଚାଇନାର ଉହାନ ଲ୍ୟାବରୁ ନୁହେଁ ବରଂ ବଜ୍ରକାପ୍ତା ଦ୍ୱାରା ସଂକ୍ରମିତ ହୋଇଥାଏ । ହେଲେ ଆମେରିକାର ଗୁଇନ୍ଦା ବିଭାଗ ରିପୋର୍ଟରେ, ଚାଇନାରେ କୋଭିଡ୍ ସଂକ୍ରମଣ ଦେଖାଯିବା ପୂର୍ବରୁ ଉହାନ ଲ୍ୟାବର ୩ଜଣ ଗବେଷକଙ୍କୁ କୋଭିଡ୍-୧୯ରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଯାହାକୁ କି ଚାଇନା ସରକାର ସାର୍ବଜନୀନ କରିନାହିଁ । ଉହାନ ଲ୍ୟାବରୁ କରୋନା ଉତ୍ପତ୍ତିକୁ ଏଡାଇ ଦିଆଯାଇ ପାରିବନାହିଁ ବୋଲି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି ।






