ଆଜି ଏକ ପବିତ୍ର ଦିବସ । ଆଜିର ଦିବସ ହେଉଛି ବାଘୁଆବାର୍ତ୍ତାର ୧୪ ତମ ଜନ୍ମ ଦିବସ । ୨୦୦୭ ମସିହା ମାର୍ଚ୍ଚ ୨୯ ତାରିଖରେ ବାଘୁଆବାର୍ତ୍ତା ଜନ୍ମ ନେଇଥିଲା । ରାଜ୍ୟ ସରକାରଙ୍କର ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ୨୦୦୯ ମସିହାରେ ବିଭାଗୀୟ ସ୍ୱୀକୃତ୍ତି ପ୍ରଦାନ କରିଥିଲେ । ଏହା ଆମ ପାଇଁ ସବୁଠାରୁ ଗର୍ବ ଓ ଗୈାରବର କଥା । ନୟାଗଡ଼ ଭଳି ଏକ ଛୋଟ ଜିଲ୍ଲାରେ ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ଲାଗି ବାଘୁଆବାର୍ତ୍ତା ଆଜି ବଂଚି ରହିଛି । ୧୪ ବର୍ଷର ଅହରହ ସଂଗ୍ରାମ, ତଥ୍ୟ ଭିତ୍ତିକ ଖବର ପ୍ରକାଶ, ଜନସଚେତନତା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରି ବାଘୁଆବାର୍ତ୍ତା ଆଜି ଲୋକଙ୍କ ମନକୁ ଛୁଇଁଛି । ନିରପେକ୍ଷ, ନିରବଚ୍ଛିନ ଓ ବିକାଶ ମୂଳକ ଚିନ୍ତାଧାରା ଉପରେ ଅଧିକ ଗୁରୁତ୍ୱ ଦେଇକ୍ତି ବାଘୁଆବାର୍ତ୍ତା । ଯାହା ଫଳରେ ଦୀର୍ଘ ବର୍ଷର ଛାପା ଗଣମାଧ୍ୟମର ସଂଗ୍ରାମ ପରେ ବାଘୁଆବାର୍ତ୍ତା ଆଜି ମୁଦ୍ରଣ ଏବଂ ବୈଦ୍ୟୁତିକ ଛାପା ଭାବେ ପରିପ୍ରକାଶ ହେଉଛି । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଅସହାୟ ମଣିଷ, ପ୍ରଶାସନ, ପୁଲିସ, ରାଜନେତାଙ୍କର ଆସ୍ଥା ଭାଜନ ହୋଇ ଲୋକଙ୍କ ପାଇଁ ବିକାଶର ରାସ୍ତା ଦେଖାଇବାରେ ଆମେ ଯେଉଁ ଶ୍ରମ ଦାନ କରିଛୁ, ତାହା ପାଠକୀୟ ଆଦୃତି ପରେ ଆମର ଲାଘବ ହୋଇଛି । ଆଜି ୧୪ ତମ ଜନ୍ମ ବାର୍ଷିକ ଅବସରରେ ଆମର ପାଠକ, ବିଜ୍ଞାପନ ଦାତା, ଶୁଭେଚ୍ଛୁ ଓ ସହଯୋଗ କରୁଥିବା ଜନସାଧାରଣଙ୍କୁ ବାଘୁଆବାର୍ତ୍ତା ପରିବାର ପକ୍ଷରୁ ସାଧୁବାଦ ଜଣାଉଛୁ ।
ବିଧିର ବିଧାନ ଆଜିର ଦିବସରେ ସାରା ବିଶ୍ୱରେ ଯେଉଁ କରୋନାର ମହାମାରୀ ଗ୍ରାସ କରିଛି, ଏହା ଆମ ପାଇଁ ମଧ୍ୟ ଅତ୍ୟନ୍ତ ଦୁଃଖ ଓ କଷ୍ଟ ଦାୟକ । ଏହି ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ଘରେ ରହିବା ସହିତ ସାମାଜିକ ଦୂରତା ରକ୍ଷା କରିବା ବାଘୁଆବାର୍ତ୍ତା ତରଫରୁ ଆପଣଙ୍କୁ ଆହ୍ୱାନ । ଆମେ ନିଜେ ବଂଚିବା ସହିତ ଅନ୍ୟକୁ ବଂଚାଇବା ତଥା ସମାଜକୁ ଦିଗ୍ଦର୍ଶନ ଏହାର ଆଜିର ଦିନର ବାର୍ତ୍ତା । ଏହି କାରଣରୁ ବାଘୁଆବାର୍ତ୍ତା କୈାଣସି ସାମାଜିକ ଉତ୍ସବରୁ ନିଜକୁ ଦୂରେଇ ରଖୁଛି ।
ଶୁଭେଚ୍ଛା ସହ
ସଂପାଦକ – ସଂଜୟ କୁମାର ସ୍ୱାଇଁ






