Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଘେଲ ବାପ-ପୁଅ ତିକ୍ତତା ପଛର କାହାଣୀ

by ସଞ୍ଜୟ ସ୍ୱାଇଁ
September 9, 2021
in Feature News
ବାଘେଲ ବାପ-ପୁଅ ତିକ୍ତତା ପଛର କାହାଣୀ
157
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା ନନ୍ଦକୁମାର ବାଘେଲ ଗିରଫ ହେବା ଏବଂ ତାଙ୍କ ପୁଅ ଭ‌ୂପେଶ ବାଘେଲଙ୍କ ଦ୍ବାରା ଜେଲ ପଠାଯିବା ଘଟଣା ଅଡ଼ୁଆ ଲାଗିପାରେ, ମାତ୍ର ଏହା ପଛରେ ଏକ ଇତିହାସ ଅଛି। ବାଘେଲ ଅନେକ ସମୟରେ ତାଙ୍କ ବାପାଙ୍କ ସହ ଅମେଳ ଥିବା ବାହାରେ ପ୍ରକାଶ କରିଛନ୍ତି, ଯେଉଁ କାରଣରୁ ଏପରି ଘଟଣା ଘଟିବା ଅସମ୍ଭବ ନୁହେଁ। ଭାରତୀୟ ରାଜନୀତିରେ ସଂସ୍କାରୀ ରାଜନୈତିକ ପରିବାର ବୋଲି ଦର୍ଶାଇବା ପାଇଁ ସମସ୍ତେ ଏକାଠି ଥିବା ଫଟୋ ଅନେକ ସମୟରେ ପ୍ରକାଶ କରିଥାନ୍ତି। ପରିବାରରେ ମତଭେଦ ଅଛି ବୋଲି ବାହାରକୁ ଦେଖାଇବା ରାଜନୈତିକ କ୍ଷତିର କାରଣ ହୋଇଥାଏ। ତେବେ ବାଘେଲ ଏ କ୍ଷେତ୍ରରେ ପ୍ରଥମ ନୁହନ୍ତି। ତାଙ୍କ ପୂର୍ବରୁ ଅର୍ଜୁନ ସିଂହ ପରିବାର, ଶୁକ୍ଳା ପରିବାର ଓ ସିନ୍ଧିଆ ପରିବାରରେ ଏପରି ମତଭେଦ ପଦାକୁ ଆସିଛି। ୧୯୯୩ ମସିହା ପ୍ରାରମ୍ଭରେ ଯୁବ ଭୂପେଶ ଅବିଭକ୍ତ ମଧ୍ୟପ୍ରଦେଶର ପଟନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ତାଙ୍କ ବାପା ନନ୍ଦକୁମାର ସେତେବେଳେ ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ଜଣେ ସମାଜବାଦୀ ଥିଲେ। ପୁଅ କଂଗ୍ରେସରୁ ଛିଡ଼ା ହେବାଟାକୁ ସେ ପସନ୍ଦ କରୁ ନ ଥିଲେ। ସେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ‘ମୁଁ ମୋ ପୁଅ ବିରୋଧରେ ଭୋଟ ଦେଇଛି’ ବୋଲି ସର୍ବସାଧାରଣରେ କହିଥିଲେ। ଭୂପେଶ ଏମ୍‌ଏଲ୍‌ଏ ଭାବେ ନିର୍ବାଚିତ ହେବା ପୂର୍ବରୁ ନିଜର ବିଏସ୍‌ସି ପଢ଼ା ଛାଡ଼ିଦେବା ଘଟଣା ନନ୍ଦକୁମାରଙ୍କୁ ବହୁତ ବାଧିଥିଲା ଏବଂ ସେ ପୁଅକୁ ବହୁତ ଗାଳିଦେଇଥିଲେ। ସେତେବେଳେ ଭୂପେଶ ତାଙ୍କ ବାପାଙ୍କୁ କହିଥିଲେ ଯେ ସେ ଦିନେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ, ଯେଉଁ ସ୍ବପ୍ନ ସେ ୨୦୧୮ ଡିସେମ୍ବର ୧୨ରେ ପୂରଣ କରିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରବିଶଙ୍କର ଶୁକ୍ଳାଙ୍କ ପାରିବାରିକ ବ୍ୟବସାୟ ଭିତରେ ପଶିବାକୁ ତାଙ୍କ ପୁଅ ଶ୍ୟାମ ଓ ବିଦ୍ୟା ଚାହୁଁ ନ ଥିଲେ। ଶୁକ୍ଳା ପୁଅମାନଙ୍କୁ ରାଜନୀତିରେ ପୂରାଇ ଦେଉ ନ ଥିଲେ। ରବିଶଙ୍କରଙ୍କ ମୃତ୍ୟୁ ପରେ ହିଁ ଦୁଇଭାଇ ରାଜନୀତିକୁ ଆସିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!