Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶା ଓପନ ବ୍ୟାଡମିଂଟନରେ ଭାରତର ସର୍ବ କନିଷ୍ଠ ଖେଳାଳି ଭାବେ ଉନ୍ନତି ହୁଦାଙ୍କ ସୁପର ୧୦୦ ଟାଇଟଲ ହାସଲ

by ସଞ୍ଜୟ ସ୍ୱାଇଁ
January 30, 2022
in Sports, State
ଓଡିଶା ଓପନ ବ୍ୟାଡମିଂଟନରେ ଭାରତର ସର୍ବ କନିଷ୍ଠ ଖେଳାଳି ଭାବେ ଉନ୍ନତି ହୁଦାଙ୍କ ସୁପର ୧୦୦ ଟାଇଟଲ ହାସଲ
81
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଏଠାରେ ଅନୁଷ୍ଠିତ ଓଡିଶା ଓପନ ବ୍ୟାଡମିଂଟନରେ ଭାରତର ସର୍ବ କନିଷ୍ଠ ଖେଳାଳି ଭାବେ ଉନ୍ନତି ହୁଦା ସୁପର ୧୦୦ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ମିତ ତୋସନିୱାଲଙ୍କୁ ୨୧-୧୮, ୨୧-୧୧ ସେଟରେ ପରାସ୍ତ କରିଥିଲେ । ପୁରୁଷ ସିଙ୍ଗଲ୍ସ: ପୁରୁଷ ସିଙ୍ଗଲ୍ସରେ କିରନ ଜର୍ଜ ୨୧-୧୪, ୧୪-୨୧ ଓ ୨୧-୧୮ରେ ପ୍ରିୟାଂଶୁ ରାଜୱତଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି । ମହିଳା ଡବଲ୍ସ: ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଟ୍ରେସା ଜଲୀ ଓ ଗାୟତ୍ରୀ ଗୋପୀଚାନ୍ଦ ଯୋଡି ସହଜରେ ମହିଳା ଡବଲ୍ସ ଟାଇଟଲ ହାତେଇ ନେଇଛନ୍ତି । ସେମାନେ ଫାଇନାଲରେ ୨୧-୧୨ ଓ ୨୧-୧୦ରେ ସଂଯୋଗିତା ଘୋରପାଡେ ଓ ଶ୍ରୁତି ମିଶ୍ର ଯୋଡି ପରାସ୍ତ କରିଥିଲେ । ମିକ୍ସଡ ଡବଲ୍ସ: ମିକ୍ସଡ ଡବଲ୍ସରେ ଟ୍ରେସା ଜଲୀ ଟାଇଟଲ ହାସଲ କରିପାରି ନାହାନ୍ତି । ଟ୍ରେସା ଓ ଏମଆର ଅର୍ଜୁନ ଯୋଡି ଫାଇନାଲରେ ୧୬-୨୧ ଓ ୨୦-୨୧ ସେଟରେ ଶ୍ରୀଲଙ୍କାର ସଚିନ ଡାୟସ ଏବଂ ଥିଲନି ହେଣ୍ଡାହେୱାଙ୍କ ଠାରୁ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ପୁରୁଷ ଡବଲ୍ସ: ମାଲେସିଆର ନୁର ମହମ୍ମଦ ଆଜିରିୟନ ଆୟୁବ ଓ ଲିମ ଖିମ ୱାହ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି । ସେମାନେ ଫାଇନାଲରେ ଭାରତର ପିଏସ ରବିକ୍ରିଷ୍ଣା ଓ ଶଙ୍କର ପ୍ରସାଦ ଉଦୟକୁମାରଙ୍କୁ ୧୮-୨୧, ୨୧-୧୪ ଓ ୨୧-୧୬ରେ ପରାସ୍ତ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!