Sunday, August 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ଆନ୍ତଃରାଜ୍ୟ ଡକାୟତ ଗିରଫ୍; ଜଣେ ଅଟକ

by ସଞ୍ଜୟ ସ୍ୱାଇଁ
March 10, 2021
in Crime, State
ମହୁଲି ଜବତ; ଦୁଇ ଗିରଫ
173
VIEWS
Share on FacebookShare on Twitter

ସୁନ୍ଦରଗଡ଼,(ବାଘୁଆବାର୍ତ୍ତା): ବଡ଼ଗାଁ ଥାନା ଅଞ୍ଚଳରେ ସୁନା ଦୋକାନୀଙ୍କୁ ଗୁଳିକରି ହତ୍ୟା ଏବଂ ଲୁଟ ମାମଲାର ରହସ୍ୟ ଆଜି ପୁଲିସ ଖୁଲାସା କରିଛି । ବିହାର, ଝାଡ଼ଖଣ୍ଡ ରାଜ୍ୟର ୪ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ୍ କରାଯାଇଥିବା ବେଳେ ସେମାନଙ୍କ ଠାରୁ ବ୍ୟବହୃତ ବନ୍ଧୁକ, ଗୁଳି, ୩୦୦ଗ୍ରାମ ସୁନା, ନଗଦ ୨.୭୫ଲକ୍ଷ ଟଙ୍କା ଜବତ କରିଛି ପୁଲିସ । ପୁଲିସର ସୂଚନାନୁସାରେ, ଚଳିତ ମାସ ୧ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଅଞ୍ଚଳର ସୁନା ଦୋକାନୀ ରୋହିତ କୁମାର ବର୍ମାଙ୍କୁ ୩ଜଣ ଦୁବୃତ ଏକ ବାଇକରେ ଆସି ଗୁଳି କରିବା ସହ ସୁନା ଗହଣା ଲୁଟି ନେଇଥିଲେ । ତେବେ ଘଟଣାସ୍ଥଳରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା । ଏନେଇ ବଡ଼ଗାଁ ପୁଲିସ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେଥିପାଇଁ ୩ଟି ସ୍ୱତନ୍ତ୍ର ଟିମ ଗଠନ କରି ଅପରାଧିଙ୍କୁ ଗିରଫ କରିବା ପାଇଁ ଖସଡା ପ୍ରସ୍ତୁତ କରିଥିଲା । ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ମିଳିତ ଟାସ୍କଫୋର୍ସ, ସ୍ଥାନୀୟ ପୁଲିସ ଏବଂ ସାଇବର ଟିମକୁ ନେଇ ୩ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅପରାଧିଙ୍କୁ ଧରିବାକୁ ଯୋଜନା କରାଯାଇଥିଲା । ଘଟଣା ଘଟିବାର ୯ଦିନ ପରେ ବିହାର ଏବଂ ଝାଡ଼ଖଣ୍ଡ ପୁଲିସ ସହାୟତାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ତାକୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ । ଉକ୍ତ ଗ୍ୟାଙ୍ଗଟି ଡକାୟତ କରିବାରେ ସକ୍ରିୟ ଥିବାବେଳେ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧରକ ମାମଲା ରହିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!