ମୁମ୍ବାଇ, (ବାଘୁଆବାର୍ତ୍ତା) : ବଲିଉଡ୍ର ମେଗା ଷ୍ଟାର ବଚନ ବାପ ପୁଅଙ୍କୁ କରୋନା । ସୁପରଷ୍ଟାର ଅମିତାଭ ବଚନ ଏବଂ ତାଙ୍କ ପୁଅ ଅଭିଷେକ ବଚନ କରୋନା ଆକ୍ରାନ୍ତ ପରେ ନାନାବତୀ ହସ୍ପିଟାଲରେ ଭର୍ତ୍ତୀ ହୋଇଛନ୍ତି । ସୂଚନାନୁସାରେ, ଶନିବାର ଅମିତାଭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏନେଇ ସେ ଟ୍ୟୁଟି ଯୋଗେ ସୂଚନା ଦେବା ପରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କୁ କୋଭିଡ୍ ଟେଷ୍ଟ କରିବାକୁ ପରାମର୍ଶ ଦେଇଥିଲେ । ପରେ ତାଙ୍କ ପୁଅ ଅଭିଷେକ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଏବଂ ନାନାବତୀ ହସ୍ପିଟାଲରେ ଭର୍ତ୍ତୀ ହୋଇଥିବା ଟ୍ୟୁଟ୍ ଯୋଗେ ସୂଚନା ଦେଇଛନ୍ତି ।





