କୁକୁଡାଖଣ୍ଡି, (ବାଘୁଆବାର୍ତ୍ତା): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୁକୁଡାଖଣ୍ଡି ବ୍ଲକ୍ର ୨୫ ଜଣ ଗର୍ଭବତୀଙ୍କୁ କୁକୁଡାଖଣ୍ଡି ଓ ବ୍ରହ୍ମପୁରର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଥିରୁ ରବିବାର ସନ୍ଧ୍ୟାରେ ୪ ଜଣ ଗର୍ଭବତୀ ସନ୍ତାନ ଜନ୍ମ କରିଛନ୍ତି । ୩ ପୁଅ ଓ ଜଣେ ଝିଅ ଜନ୍ମ ହୋଇଛନ୍ତି । ରବିବାର ପୂର୍ବାହ୍ଣ ୧୧ଟାରେ ହୁଗୁଳାପଟା ଗ୍ରାମର ରଶ୍ମିତା ପ୍ରଧାନଙ୍କୁ ପ୍ରସବ ନିମନ୍ତେ ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସନ୍ଧ୍ୟା ୬ଟାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବାତ୍ୟା ଗୁଲାବ ଚାଲିଥିବାରୁ ତାହାରି ନାଁରେ ଜନ୍ମିତ ଶିଶୁ କନ୍ୟାର ନାମକରଣ ଗୁଲାବ ରଖାଯାଇଥିବା କୁକୁଡାଖଣ୍ଡି ସିଡିପିଓ କୁସୁମ ସାହୁ ସୂଚନା ଦେଇଛନ୍ତି ।






