ନୀଳଗିରି, (ବାଘୁଆବାର୍ତ୍ତା): ଟ୍ରେନଲାଇନ କଡ଼ରୁ ମିଳିଲା ନବଜାତ ଶିଶୁକନ୍ୟାର ମୃତଦେହ। ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧିନ ପୁହୁଣୀ ଗାଁରେ ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ନରେ ପୁହୁଣୀ ଗାଁ ନିକଟ ରେଳଲାଇନ ଦେଇ ଯାଇଥିବା ରାସ୍ତା କଡରେ ନବଜାତ ଶିଶୁକନ୍ୟାର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିଲା । ମୃତ ଶିଶୁକନ୍ୟା କିପରି ରାସ୍ତା କଡକୁ ଆସିଲା ତା’ର ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ନୀଳଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହକୁ ଜବତ କରିଛି।






