Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଲୋଡା ଶିଶୁପୁତ୍ରକୁ ପାନ ଦୋକାନ ଆଗରେ ଛାଡ଼ିଦେଲେ

by ସଞ୍ଜୟ ସ୍ୱାଇଁ
June 29, 2021
in State
ଅଲୋଡା ଶିଶୁପୁତ୍ରକୁ ପାନ ଦୋକାନ ଆଗରେ ଛାଡ଼ିଦେଲେ
429
VIEWS
Share on FacebookShare on Twitter

ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ରାଜଧାନୀରେ ପୁଣି ଅଲୋଡା ଶିଶୁପୁତ୍ର । ଗତକାଲି ରାତିରେ କେହି ଜଣେ ପଟିଆ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଥିବା ପାନ ଦୋକାନ ପାଖରେ ଏକ ଶିଶୁପୁତ୍ରକୁ ଛାଡି ଦେଇ ପଳାଇଯାଇଛି । ଇନଫୋସିଟି ଥାନା ପୁଲିସ ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରିଛି । ଶିଶୁର ବୟସ ଦୁଇ ମାସ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଦୋକାନ ପାଖ ଦେଇ ଯାଉଥିବା ଜଣେ ବ୍ୟକ୍ତି ଏକ ଶିଶୁର କାନ୍ଦ ଶୁଣିବା ପରେ ପରିତ୍ୟକ୍‌ତ ଅବସ୍ଥାରେ ପଡ଼ିଥିବା ଶିଶୁକୁ ଠାବ କରିଥିଲେ । ଏତିକିବେଳେ ପାଖରେ ରହୁଥିବା ଜଣେ ମହିଳା ଆସି ପିଲାଟିକୁ କୋଳାଇ ନେଇଥିଲେ । ସୂଚନା ପାଇ ପୁଲିସ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲା । ତେବେ ଶିଶୁପୁତ୍ରର କେହି ଦାବିଦାର ନଥିବାରୁ ଖଣ୍ଡଗିରିରେ ଥିବା ଚାଇଲ୍ଡ ଲାଇନକୁ ପଠାଇଥିଲା ପୁଲିସ । ଅନ୍ଧାରର ସୁଯୋଗ ନେଇ କେହି ପିଲାଟିକୁ ସେଠାରେ ଛାଡି ଦେଇ ଯାଇଛି କିମ୍ବା କିଏ ଅପହରଣ କରି ନେବା ପରେ ନେଇ ନପାରି ସେଠାରେ ଥୋଇଦେଇ ଚାଲିଯାଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି । ପୁଲିସ ଶିଶୁର ବାପା ମାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!