Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୌମ୍ୟଙ୍କ ଦଳୀୟ ଉପ ସଭାପତି ପଦରୁ ହଟିଲା ପରେ ବବିଙ୍କ ରିଆକ୍ସନ

by ସଞ୍ଜୟ ସ୍ୱାଇଁ
September 12, 2023
in Politics, State
ସୌମ୍ୟଙ୍କ ଦଳୀୟ ଉପ ସଭାପତି ପଦରୁ ହଟିଲା ପରେ ବବିଙ୍କ ରିଆକ୍ସନ
517
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାରମ୍ବାର ସୌମ୍ୟଙ୍କ ସମ୍ପାଦକୀୟ ପାଇଁ ବିଜେଡି ଏବେ ଆକ୍ସନ ମୋଡରେ ରହିଛି । ଜଣଙ୍କ ପରେ ଜଣେ ନେତା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ପ୍ରତିକ୍ରିୟା ରଖୁଛନ୍ତି । ଆଉ ଆଜି ବିଧାୟକ ସୌମ୍ୟଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହେବା ପରେ ଖୋଦ୍‌ ବିଜେଡି ସାଂଗଠନିକ ସମ୍ପାଦକ ପ୍ରତିକ୍ରିୟା ରଖିଛନ୍ତି । ନିଜର ସୋସିଆଲ ମିଡିଆରେ ସୌମ୍ୟଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି । ସୌମ୍ୟଙ୍କୁ ଉପସଭାପତି ପଦରୁ ହଟାଯିବା ନେଇ ବବି ତାଙ୍କ ସୋସିଆଲ ମିଡିଆ Xରେ• ମନ୍ତବ୍ୟ ରଖି ଲେଖିଛନ୍ତି ଯେ, ‘କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ । ଯେଉଁଠି କୃତଜ୍ଞତା ନଥାଏ, ସେଠାରେ ଈଶ୍ୱର ମଧ୍ୟ ସହାୟତା କରନ୍ତିନି ।’ ବବିଙ୍କ ଏପରି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ଆଜି ବିଜୁ ଜନତା ଦଳ ପକ୍ଷରୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବଡ଼ ଆକ୍ସନ ନିଆଯାଇଛି । ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିବା ସୌମ୍ୟଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଇ ଦିଆଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଆକ୍ସନ ନେଇଛନ୍ତି । ଦଳ ଓ ଶାସନ ବ୍ୟବସ୍ଥା ନେଇ ବିଧାୟକ ସୌମ୍ୟ ପ୍ରଶ୍ନ ଉଠାଇଥିଲେ । ଗତ କିଛିଦିନ ଧରି ସୌମ୍ୟ ପଟ୍ଟନାୟକ 5T ସଚିବଙ୍କୁ ନେଇ ବୟାନ ଦେବାପରେ ଦଳ ଭିତରୁ ତାଙ୍କୁ ଘନ ଘନ ଟାର୍ଗେଟ୍‌ କରାଯାଇଥିଲା । ଏହା ସହିତ ଦଳର ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ଟାର୍ଗେଟ୍‌ କରିଥିଲେ ସୌମ୍ୟ । ଏମିତିକି ମୁଖ୍ୟମନ୍ତ୍ରୀ ୧୫ ଦିନରେ ମତ ବଦଳାନ୍ତି ବୋଲି ସୌମ୍ୟ କହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!