Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଢୁଛି ବାବା ରାମଦେବଙ୍କ ଅଡୁଆ, କରୋନିଲ କିଟକୁ ନେଇ ହାଇକୋର୍ଟ ପଠାଇଲେ ସମନ

by ସଞ୍ଜୟ ସ୍ୱାଇଁ
June 3, 2021
in NATIONAL NEWS
ବଢୁଛି ବାବା ରାମଦେବଙ୍କ ଅଡୁଆ, କରୋନିଲ କିଟକୁ ନେଇ ହାଇକୋର୍ଟ ପଠାଇଲେ ସମନ
165
VIEWS
Share on FacebookShare on Twitter

ନୂଆଦିଲ୍ଲୀ: (ବାଘୁଆବାର୍ତ୍ତା) ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କିଟ୍‌ ମହାମାରୀ କରୋନାକୁ ମାତ୍‌ ଦେଇପାରୁଛି ବୋଲି ଦାବି କରି ନିଜର ବ୍ୟବସାୟ ବୃଦ୍ଧି କରୁଥିବା ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଛି। କରୋନିଲ କିଟ୍‌ ସମ୍ପର୍କରେ ରାମଦେବ ମିଥ୍ୟା ପ୍ରଚାର କରୁଥିବାରୁ ଦିଲ୍ଲୀ ମେଡିକାଲ ଆସୋସିଏସନ(ଡିଏମଏ) କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଆଧାର କରି ରାମଦେବଙ୍କୁ ହାଜର ହେବାକୁ ସମନ କରିଛନ୍ତି। ଡିଏମଏ ତା’ ଆବେଦନରେ କରୋନିଲ କିଟକୁ ନେଇ ଚାଲିଥିବା ମିଥ୍ୟା ପ୍ରଚାର ଉପରେ ରୋକ ଲଗାଇବାକୁ କହିଛି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ ତାରିଖରେ ହେବ। ସେ ଯାଏ ରାମଦେବ କୌଣସି ପ୍ରକାରର ଉତ୍ତେଜନା କିମ୍ବା ଉସକାଇବା ଭଳି ବୟାନ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ତାଙ୍କ ଓକିଲଙ୍କୁ କହିଛନ୍ତି। ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କିଟ୍‌ କରୋନାକୁ ମାତ ଦେବାରେ ସକ୍ଷମ ବୋଲି ରାମଦେବ ଦାବି କରିଥିଲେ। ହେଲେ ଏହା କୌଣସି ବୈଜ୍ଞାନିକ ଜ୍ଞାନକୌଶଳ ଉପରେ ଆଧାରିତ ନୁହେଁ ଓ ଏହା କେମିତି କରୋନାକୁ ମାତ ଦେଉଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। କିନ୍ତୁ ରାମଦେବ ଏହା କରୋନା ବିରୋଧୀ ଔଷଧ ବୋଲି କହିବା ସହ ଏହାର ପ୍ରଚାର କରୁଛନ୍ତି। ଡିଏମଏ ପୂର୍ବରୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ରାମଦେବଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏଲୋପା‌ଥିକୁ ନେଇ ରାମଦେବ ଭୁଲ ଓ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆଇଏମଏ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଆଇଏମଏ ଆଇପି ଇଷ୍ଟେଟ ପୁଲିସ୍‌ ଷ୍ଟେସନରେ କରିଥିବା ଏଫଆଇଆରରେ କହିଥିଲା ଯେ ରାମଦେବ ଜାଣିଶୁଣି କୋଭିଡ ଚିକିତ୍ସାକୁ ନେଇ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବା ଦରକାର ବୋଲି ଆଇଏମଏ ଦାବି କରିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!