ଓଡ଼ଗାଁ (ବାଘୁଆବାର୍ତ୍ତା): କରୋନା ମହାମାରି କବଳରୁ ରକ୍ଷା ପାଇବାକୁ ହେଲେ ସଚେତନତା ହିଁ ଏକମାତ୍ର ଉପାୟ। ସେଥିନିମନ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଭଳି ବିଭିନ୍ନ ପଦକ୍ଷେପ ଆମକୁ ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ କୁରାଳ ଗ୍ରାମପଞ୍ଚାୟତ ନାଥିଆପଲ୍ଲୀ ଗ୍ରାମର ବାବା ବଜରଙ୍ଗୀ ଯୁବକ ସଂଘ ପକ୍ଷରୁ ନାଥିଆପଲ୍ଲୀ ଗ୍ରାମ ଏବଂ ଟାଙ୍ଗିସାହି ଅଞ୍ଚଳର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାସ୍କ ,ସାନିଟାଇଜର ବଣ୍ଟନ କରାଯାଇଛି। ସରକାର ଏବଂ ପ୍ରଶାସନ ତରଫରୁ ଜାରି ହୋଇଥିବା କୋଭିଡ ନିୟମକୁ କଡାକଡି ପାଳନ କରି ନିଜ ଓ ନିଜ ପରିବାର ଏବଂ ଗ୍ରାମକୁ ସୁରକ୍ଷିତ ରଖିବା ନିମନ୍ତେ ଯୁବକ ସଂଘ ଗ୍ରାମବାସୀଙ୍କୁ ବ୍ୟାପକ ସଚେତନତା କରାଇଥିଲେ । ଯୁବକ ସଂଘର ଏଭଳି ପ୍ରୟାସକୁ ସରପଞ୍ଚ ଝିଲି ପ୍ରଧାନ ଭୁୟସୀ ପ୍ରଶଂସା କରିଛନ୍ତି। ଯୁବକସଂଘର ସମସ୍ତ ସଦସ୍ୟ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ। ଆଗକୁ ମଧ୍ୟ ଏଭଳି ପ୍ରୟାସ ଜାରି ରହିବ ବୋଲି ଯୁବକସଂଘ ପକ୍ଷରୁ କୁହାଯାଇଛି।





