ବୋରିଗୁମ୍ମା, (ବାଘୁଆବାର୍ତ୍ତା): ପୂର୍ଣ୍ଣ ପେଣ୍ଠିଆଙ୍କୁ ହତ୍ୟା କଲା ପୂର୍ଣ୍ଣ ନାୟକ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଢୁଟିଗୁଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ମାମଲାରେ ଜଣକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ବିସିଂହପୁର ପୋଲିସ ଗିରଫ କରିଛି । ମୃତକ ବିସିଂହପୁର ଥାନା ଅନ୍ତର୍ଗତ ଢୁତିଗୁଡା ଗ୍ରାମର ପୂର୍ଣ୍ଣ ପେଣ୍ଠିଆ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ମୃତ ପୂର୍ଣ୍ଣଚନ୍ଦ୍ର ଗତ ୧୦ ତାରିଖରେ ସକାଳୁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ସେହି ସମୟରେ ପୂର୍ବରୁ ଯୋଜନା ମୁତାବକ ଛକି ବସିଥିବା ପୂର୍ଣ୍ଣ ନାୟକ ଅତର୍କିତ ଭାବେ ପୂର୍ଣ୍ଣ ପେଣ୍ଠିଆକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ପୂର୍ଣ୍ଣ ପେଣ୍ଠିଆଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ପୂର୍ଣ୍ଣ ନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ବିସିଂହପୁର ପୋଲିସ ଗତ ୧୪ ତାରିଖରେ ଅଭିଯୁକ୍ତ ପୂର୍ଣ୍ଣ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡ କିଭଳି ଘଟିଥିଲା ମଙ୍ଗଳବାର ପ୍ରେସମିଟ୍ କରି ବୋରିଗୁମ୍ମା ଏସଡିପିଓ ସୂଚନା ଦେଇଛନ୍ତି ।





