Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆୟୁଷ୍ମାନ ଯୋଜନା ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ ଶୁଭାରମ୍ଭ

by ସଞ୍ଜୟ ସ୍ୱାଇଁ
April 11, 2025
in Nayagarh, State
ଆୟୁଷ୍ମାନ ଯୋଜନା ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ ଶୁଭାରମ୍ଭ
230
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାକୁ ବାମନ ଅବକାଶ ଉଚ୍ଚବିଦ୍ୟାଳୟ ପରିସରରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଉଦ୍ଘାଟନ ହୋଇଯାଇଛି। ମନ୍ତ୍ରୀ ପତାକା ଦେଖାଇ ପ୍ରଚାର ରଥ ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ବହୁ ଆକାଂକ୍ଷୀତ ସମନ୍ୱିତ ଯୋଜନାର ଲାଭ ଓଡିଶାବାସୀ ବିଶେଷକରି ବରିଷ୍ଠ ନାଗରିକଙ୍କ ପାଇଁ ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ବିନା ମୂଲ୍ୟରେ ଉପଲବ୍ଧ ହେବ ବୋଲି ମତପୋଷଣ କରିଥିଲେ। ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡ଼ିଶାର ସାଢ଼େ ତିନିକୋଟି ଓଡ଼ିଆଙ୍କର ଏବଂ ଓଡ଼ିଶାର ମାଆଙ୍କର ପଇସା ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। କେବଳ ଓଡ଼ିଶା ନୁହେଁ ଭାରତ ବର୍ଷର ସମସ୍ତଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ସାମାଜିକ-ଅର୍ଥନୈତିକ ସ୍ଥିତି ର୍ନିବିଶେଷରେ ମହିଳା ହିତାଧିକାରୀ ବାର୍ଷିକ ଦଶ ଲକ୍ଷ ଓ ପୁରୁଷ ପାଞ୍ଚ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ସୁବିଧା ପାଇବାକୁ ଯୋଗ୍ୟ ହେବେ ସୁଚାଇ ଦେଇଥିଲେ ।

ଏହି ସମନ୍ଵିତ ଯୋଜନା ଅଧୀନରେ ସାରା ଦେଶର ପ୍ରାୟ ୨୯୦୦୦ରୁ ଅଧିକ ସରକାରୀ ଓ ଅନୁବନ୍ଧିତ ଘରୋଇ ହସ୍ପିଟାଲମାନଙ୍କରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବାକୁ ଉପଲବ୍ଧ କରାଯାଇପାରିଛି ବୋଲି ଅନ୍ୟତମ ଅତିଥି ମାନ୍ୟବର ବିଧାୟକ ଖଣ୍ଡପଡା ଦୁଷ୍ମନ୍ତ କୁମାର ସ୍ଵାଇଁ ମତପୋଷଣ କରିଥିଲେ। ପ୍ରତି ସରକାରୀ ସ୍ୱାସ୍ଥ୍ୟ ବୀମା ହିତାଧିକାରୀ, ଯେଉଁମାନେ ନୂତନ କାର୍ଡ ପାଇପାରିନାହାଁନ୍ତି, ସେମାନେ କେବଳ ନୂତନ କାର୍ଡ ପାଇବା ପର୍ଯ୍ୟନ୍ତ ପୁରୁଣା ସ୍ୱାସ୍ଥ୍ୟ ବୀମା କାର୍ଡ ଅଥବା ଆଧାର କାର୍ଡ ମାଧ୍ୟମରେ ବିନାମୂଲ୍ୟରେ ଚିକିତ୍ସା ସୁବିଧା ହାସଲ କରି ପାଇବେ । ଏହି ଅବସରରେ ନୟାଗଡ଼ ପଞ୍ଚୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇ ପ୍ରତିଶୃତି ଅନୁସାରେ ଏହି ଯୋଜନା ଅଧୀନରେ ହସ୍ପିଟାଲରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ଏବଂ ପନ୍ଦର ଦିନ ପର୍ଯ୍ୟନ୍ତ ଉପଚାର ଅଥବା ଔଷଧ ମାଗଣା ଉପଲବ୍ଧ ହୋଇଥାଏ ବୋଲି କହିଥିଲେ ।

ଆଜି ୧୨ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ଗ୍ରାମସ୍ତରରେ ଏଥିପାଇଁ ଆଶାକର୍ମୀ ଓ ବ୍ଲକସ୍ତରରେ ସ୍ୱାସ୍ଥ୍ୟକର୍ମୀମାନେ ଜନସାଧାରଣଙ୍କ ନିକଟରେ କାର୍ଡ ପହଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି କହିବା ସହିତ ଅଯଥା ହତାଶ ନହେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ୩୭ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସମନ୍ଵିତ କାର୍ଡ ବଣ୍ଟନ କାର୍ଯ୍ୟ ଶୁଭାରମ୍ଭ କରାଯାଉଛି ଓ ସମୁଦାୟ ୫,୦୦୯୯୪ ଜଣ ହିତାଧିକାରୀ ପର୍ଯ୍ୟାୟକ୍ରମେ ଏହି ଯୋଜନାରେ ସାମିଲ ହେବେ ବୋଲି ଜଣାଇ ଦିଆଯାଇଛି ।

ନିକଟସ୍ଥ ଜନ ସେବା କେନ୍ଦ୍ର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କର ଆଧାର ସଂଯୋଗୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଏହି କାର୍ଡ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଚିକିତ୍ସା ଅଧକାରୀ ତଥା ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧକାରୀମାନେ କାର୍ୟ୍ୟରକ୍ରମରେ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!