ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅଞ୍ଚଳରେ ରହିଥିବା ସମସ୍ତ ଜନସେବା କେନ୍ଦ୍ର ଆୟୁଷ୍ମାନ ଯୋଜନା ଇକେୱାଇସି ନକରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଇକେୱାଇସି କରିବା ପାଇଁ ମିଳୁଥିବା ପାରିଶ୍ରମିକ ପରିଶ୍ରମ ତୁଳନାରେ କମ ହୋଇଥିବା ବେଳେ କୁଜି ନେତାଙ୍କ ପ୍ରଭାବ ଜନସେବା କେନ୍ଦ୍ର ଗୁଡ଼ିକ ଉପରେ ଅସହ୍ୟ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଆଶାଦିଦିଙ୍କ ଦ୍ୱାରା ଚିହ୍ନଟ ହେଉଥିବା ହିତାଧିକାରୀଙ୍କୁ ସଠିକ ସମୟରେ ପାଇବାରେ ସମସ୍ୟା ହେଉଛି । ଯାହା ଦ୍ୱାରା ଅନେକ ସମୟ ଅପଚୟ ହେଉଛି । ଅଧିକ ସମୟ ଓ ପରିଶ୍ରମ ଦେଇ କାମ କରିବା ପରେ କମିଶନ ବାବଦରେ ମାତ୍ର ୨.୪୨ ଟଙ୍କା ମିଳୁଛି । ଯାହାକୁ ନେଇ ଅସନ୍ତୋଷ ରହିଥିବା ବେଳେ ରାଜନୀତି ସହ ଜଡିତ କିଛି କୁଜି ନେତାଙ୍କ ପ୍ରାଦୃଭାବ ଆମ୍ଭମାନଙ୍କୁ ଅସହ୍ୟ ହେଲାଣି ବୋଲି ଜନସେବା କେନ୍ଦ୍ର ଗୁଡ଼ିକ ପକ୍ଷରୁ ଅଭିଯୋଗ ହୋଇଛି । ଯାହାକୁ ନେଇ ଆୟୁଷ୍ମାନ ଇକେୱାଇସି କରିବାକୁ ଜନସେବା କେନ୍ଦ୍ର ଗୁଡ଼ିକ ମନା କରି ଦେଇଥିବା ଜଣାପଡ଼ିଛି ।