ନୟାଗଡ଼, (ବାଘୁଆବାର୍ତ୍ତା) : ଅର୍ଥବ ଏଗ୍ରିକ୍ୱିଓର ପ୍ରାଇଭେଟ ଲିମିଟେଡ ଦ୍ୱାରା ଆୟୁଷ ଯୋଜନା ଅନ୍ତର୍ଭୁକ୍ତ ରୋଗ ପ୍ରତିରୋଧକ ଔଷଧ ବୀବରଣୀ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜବାଟୀ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଚିକିତ୍ସାଧିକାରୀ ଡା. ନୈାସଦ ଅଲ୍ଲୀ ଖାଁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମ୍ୟାଲେରିଆ, ଚିକେନ୍ଗୁନିଆ, ସ୍ୱାଇନ୍ଫ୍ଲୁ, ଜାପାନୀ ଜ୍ୱର ଭଳି ମାରାତ୍ମକ ରୋଗର ପ୍ରତିଶେଧକ ଜନସାଧାରଣ ନିକଟରେ ସୁବିଧାରେ ପଂହଚାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ୪୦ ଜଣ କ୍ଷେତ୍ର କର୍ମୀ ଓ ସୁପରଭାଇଜରମାନେ ଯୋଗ ଦେଇଥିଲେ ।