ନୟାଗଡ଼ ,(ବାଘୁଆବାର୍ତ୍ତା): ମହାମାରୀ କରୋନା ସଂକ୍ରମିତ ସଂଖ୍ୟା ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି । ଏହାରି ଭିତରେ ସଟଡାଉନ୍ ଲକଡାଉନ କରାଯାଉଥିଲେ ମଧ୍ୟ ବ୍ୟାଙ୍କ ଖୋଲା ରହୁଥିବାରୁ ବ୍ୟାଙ୍କ ଭିତରକୁ ପ୍ରବେଶ କରିଛି ମହାମାରୀ କରୋନା । ତହସିଲଦାର ତୃପ୍ତି ମହାନ୍ତି ଭାପୁର ବ୍ଲକର ବିଜିପୁର ଆକ୍ସିସ୍ ବ୍ୟାଙ୍କକୁ ତିନିଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଆଜି ଠାରୁ ୧୯ତାରିଖ ପର୍ଯ୍ୟନ୍ତ ତିନିଦିନ କଣ୍ଟେନମେଣ୍ଟ କରାଯାଇଛି । ଉକ୍ତ କାର୍ଯ୍ୟାଳୟକୁ ବିଶୋଧନ କରିବା ସହ ବ୍ୟାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।






