ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ହାଇଜମ୍ପରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ଜିତିବା ପରେ ଅବନୀ ଲେଖରା ଭାରତକୁ ଦେଲେ ଆଉ ଏକ ପଦକ। ମହିଳା ୫୦ ମିଟର ଏୟାର ପିସ୍ତଲ ରାଇଫଲରେ ଅବନୀ ବ୍ରୋଞ୍ଜ ପଦକ ହାତେଇଛନ୍ତି। ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୫୦ ମିଟର କ୍ଲାସ ଏସଏଚ୧ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେ ୪୪୫.୯ର ସ୍କୋର କରିଛନ୍ତି। ୧୯ ବର୍ଷିୟ ଅବନୀ ଚଳିତ ପାରାଲିମ୍ପିକ୍ସରେ ଦ୍ବିତୀୟ ପଦକ ଜିତିଛନ୍ତି। ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଅଗଷ୍ଟ ୩୧ ତାରିଖରେ ସୁଟର ଅବନୀ ମହିଳାଙ୍କ ୧୦ ମିଟର କ୍ଲାସ ଏସଏଚ୧ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେ ୨୪୯.୬ର ସ୍କୋର କରିଥିଲେ। ବିଶ୍ୱ ରେକର୍ଡର ସମକକ୍ଷ ହୋଇ ଅବନୀ ସ୍ୱର୍ଣ୍ଣ ପଦକ ଜିତିଥିଲେ।






