ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସରକାର ଗଠନ କରିବା ସତ୍ୱେ ତାଲିବାନ ପ୍ରତି ବିଶ୍ୱ ସମୁଦାୟର ବିଶ୍ୱାସ ଉପୁଜୁ ପାରି ନାହିଁ । ଅଷ୍ଟ୍ରେଲିଆ କ୍ରିକେଟ୍ ଆଜି ତାଲିବାନ ସରକାରଙ୍କୁ ପରୋକ୍ଷରେ ଚେତାବନୀ ଦେଇଛି । ଯଦି ତାଲିବାନ ମହିଳାମାନଙ୍କୁ କ୍ରିକେଟ୍ ଖେଳିବା ଉପରେ ରୋକ ଲଗାଇବ ତାହା ହେଲେ ଆମେ ପୁରୁଷ କ୍ରିକେଟରଙ୍କ ସହ ମ୍ୟାଚ ଖେଳିବୁ ନାହିଁ ବୋଲି ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ପକ୍ଷରୁ କୁହାଯାଇଛି । ନଭେମ୍ବରରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯିବା କାର୍ୟ୍ୟକ୍ରମ ରହିଛି । ତାଲିବାନ କଲଚର କମିଶନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁ ଖେଳରେ ମହିଳାଙ୍କ ମୁହଁ ଏବଂ ଶରୀର ଢ଼ାଙ୍କି ହୋଇ ରହପାରିବନି ସେଥିରେ ସେମାନେ ଖେଳିପାରିବେ ନାହିଁ ।






