Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ବିଶ୍ୱକପ୍ ଫାଇନାଲ: ଅଷ୍ଟ୍ରେଲିଆ ଚାମ୍ପିଅନ୍

by ସଞ୍ଜୟ ସ୍ୱାଇଁ
November 15, 2021
in Sports
ଟି-୨୦ ବିଶ୍ୱକପ୍ ଫାଇନାଲ: ଅଷ୍ଟ୍ରେଲିଆ ଚାମ୍ପିଅନ୍
115
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବାଜି ମାରିଲା ଅଷ୍ଟ୍ରେଲିଆ । ଧୂଅାଁଧାର ବ୍ୟାଟିଂ କରି ବିଶ୍ୱକପ୍ ଟାଇଟଲ ହାସଲ କଲା କଙ୍ଗାରୁ ଟିମ୍ । ବିଶ୍ୱକପ ଫାଇନାଲରେ ହାରିଛି ନ୍ୟୁଜିଲ୍ୟାଣ୍ତ। ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ ଭଳି ୨୦୨୧ ଟି-୨୦ ବିଶ୍ୱକପ ଫାଇନାଲରେ ପରାଜୟର ସ୍ୱାଦ ଚାଖିଛି କିୱି ଟିମ୍। ଫାଇନାଲ ମୁକାବିଲାରେ ନ୍ୟୁଜିଲ୍ୟାଣ୍ତକୁ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି ଟିମ ଅଷ୍ଟ୍ରେଲିଆ। ଏଥିସହ ଅଷ୍ଟ୍ରେଲିଆ ସପ୍ତମ ଦଳ ଭାବେ ଉଭୟ ଦିନିକିଆ ଓ ଟି-୨୦ ବିଶ୍ୱକପ ଜିତିବାର ଗୌରବ ଅର୍ଜନ କରିଛି । ଏହା ପୂର୍ବରୁ କଙ୍ଗାରୁ ଟିମ୍ ପାଞ୍ଚ ଥର ଦିନିକିଆ ବିଶ୍ୱକପ ଜିତିଥିଲେ ହେଁ, ଥରେ ବି ଟି-୨୦ ବିଶ୍ୱକପ ଟାଇଟଲ୍ ହାସଲ କରିପାରିନଥିଲା। ୨୦୧୦ରେ ଦଳ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଇଂଲଣ୍ଡ ଠାରୁ ହାରି ଯାଇଥିଲେ। ଏଥର କିନ୍ତୁ ଦଳ କୌଣସି ଭୁଲ କରିନାହିଁ। ଅଷ୍ଟ୍ରେଲିଆ ୧୦ ବର୍ଷ ପରେ ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଥିବା ବେଳେ ପ୍ରଥମଥର ପାଇଁ ଟି-୨୦ ଟାଇଟଲ ପାଇଁ ଲଢ଼େଇ କରୁଥିଲା ନ୍ୟୁଜିଲ୍ୟାଣ୍ତ। ପ୍ରଥମଥର ଫାଇନାଲରେ ପ୍ରବେଶ କରି ଦଳ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଥିଲେ ହେଁ ସଫଳ ହୋଇପାରିନି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ୱିଲିୟମସନଙ୍କ ବିସ୍ଫୋରକ ଇନିଂସ ବଳରେ ୪ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ଏହାର ଜବାବରେ ମିଶେଲ ମାର୍ଶଙ୍କ ଅପରାଜିତ ୭୭ ରନ୍ ବଳରେ ଅଷ୍ଟ୍ରେଲିଆ ୭ ବଲ ପୂର୍ବରୁ ମ୍ୟାଚ୍ ସହ ଟ୍ରଫି ଜିତିଛି। ମାର୍ଶ ଶେଷ ଯାଏ ୭୭ ଓ ଗ୍ଲେକ ମ୍ୟାକ୍ସୱେଲ ୨୮ ରନ୍ କରି ଅପରାଜିତ ରହିଥିଲେ। ଡେଭିଡ ୱାର୍ଣ୍ଣର ୫୩ ଓ ଆରୋନ ଫିଞ୍ଚ ୫ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅଷ୍ଟ୍ରେଲିଆ ୧୭୩ ରନ୍ର ପିଛା କରୁଥିବା ବେଳେ ମାତ୍ର ୧୫ ରନ୍ରେ ପ୍ରଥମ ୱିକେଟ ହରାଇଥିଲା। କିନ୍ତୁ ୱାର୍ଣ୍ଣର ଓ ମାର୍ଶ ଯୋଡ଼ି ସ୍ଥିତି ସମ୍ଭାଳିବା ସହ ଦ୍ୱିତୀୟ ୱିକେଟ ପାଇଁ ୯୨ ରନ୍ ଯୋଡ଼ିଥିଲେ। ୱାର୍ଣ୍ଣର(୫୩) ଆଉଟ ହେବା ପରେ ମାର୍ଶ ଓ ମ୍ୟାକ୍ସୱେଲ ବାକି କାମ କରିଥିଲେ। ସେମାନେ ତୃତୀୟ ୱିକେଟ ପାଇଁ ବାକି ରନ୍ ଯୋଡ଼ି ଦଳକୁ ଚାମ୍ପିୟନ କରାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କେବଳ ଟ୍ରେଣ୍ଟ ବୋଲ୍ଟଙ୍କୁ ଛାଡ଼ି ଦେଲେ ଆଉ କୌଣସି ବୋଲର ଆଦୌ ପ୍ରଭାବ ଦେଖାଇ ପାରିନାହାନ୍ତି। ସେ ଦଳର ଏକମାତ୍ର ବୋଲର ଭାବେ ୨ଟି ଯାକ ୱିକେଟ ନେଇଛନ୍ତି। ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ ଓ ଡାରିଏଲ୍ ମିଚେଲ୍ ୨୮ ରନ୍ ଯୋଡ଼ିଥିଲେ। ପାକିସ୍ତାନ ବିପକ୍ଷରେ ୭୨ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ମିଚେଲ୍ ଆଜି ମାତ୍ର ୧୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମିଚେଲଙ୍କ ଆଉଟ୍ ପରେ କିୱି ଟିମର ରନ୍ ଗତି ହ୍ରାସ ପାଇଥିଲା। ଯେଉଁ କାରଣରୁ ଦଳ ୧୦ ଓଭରରେ ମାତ୍ର ୫୭ ରନ୍ କରିପାରିଥିଲା। ତେବେ ଏହା ପରଠାରୁ ୱିଲିୟମସନ୍ ଗିୟର ବଦଳାଇଥିଲେ। ଅନ୍ୟପଟେ ଗପ୍ଟିଲ ବଡ଼ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ୨୮ ରନ୍ କରି ଆଡାମ ଜାମ୍ପାଙ୍କ ଶିକାର ହୋଇଥିଲେ। ଏହା ପରେ ୱିଲିୟମସନଙ୍କୁ ଭରପୂର ସାଥ୍ ଦେଇଥିଲେ ଗ୍ଲେନ୍ ଫିଲିପ୍ସ। ୱିଲିୟମସନ୍ ମାତ୍ର ୩୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୱିଲିୟମସନ୍ ଓ ଫିଲିପ୍ସ ତୃତୀୟ ୱିକେଟ୍ ପାଇଁ ୩୬ ବଲରେ ୭୮ ରନର ଭାଗିଦାରୀ କରିଥିଲେ। ଫିଲିପ୍ସ (୧୮)ଙ୍କୁ ଜୋଶ ହେଜଲଉଡ୍ ଆଉଟ୍ କରିଥିଲେ। ଏହା ପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ୱିଲିୟମସନଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ ହେଜଲଉଡ୍। ୱିଲିୟମସନ୍ ମାତ୍ର ୪୮ ବଲରେ ୮୫ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ୍ ଥିଲେ। ୱିଲିୟମସନଙ୍କ ଆଉଟ୍ ପରେ ଦଳର ରନ୍ ଗତି ହ୍ରାସ ପାଇଥିଲା। ଏହା ପରେ ଜେମ୍ସ ନିଶାମ ଓ ଟିମ୍ ସିଫର୍ଟ ମିଶିକି କିୱି ଟିମକୁ ୧୭୨ ରନରେ ପହଞ୍ଚାଇଥିଲେ। ନିଶାମ ୧୩ ଓ ସିଫର୍ଟ ୮ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ୪ ଓଭରରେ ମାତ୍ର ୧୬ ରନ୍ ନେଇ ୩ଟି ୱିକେଟ୍ ନେଇଥିଲେ। ଅନ୍ୟପଟେ ମିଚେଲ୍ ଷ୍ଟାର୍କ ସବୁଠାରୁ ମହଙ୍ଗା ବୋଲର ଭାବେ ୪ ଓଭରରେ ୬୦ ରନ୍ ବ୍ୟୟ କରିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!