Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏଁ ବଢ଼ିଲା କୋଭିଡ୍‌ କଟକଣା ; କେରଳରେ ‘ଲକ୍‌ଡାଉନ୍‌’

by ସଞ୍ଜୟ ସ୍ୱାଇଁ
July 29, 2021
in Feature News
ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏଁ ବଢ଼ିଲା କୋଭିଡ୍‌ କଟକଣା ; କେରଳରେ ‘ଲକ୍‌ଡାଉନ୍‌’
122
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ସରକାର କିଛି କୋହଳ ସହ କୋଭିଡ୍‌-୧୯ କଟକଣାଗୁଡ଼ିକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି କଟକଣା ଜୁଲାଇ ୩୦ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଆସନ ସାମର୍ଥ୍ୟ ଠାରୁ ୫୦%ରୁ ଅଧିକଙ୍କୁ ନେଇ ଗୃହ ଅଭ୍ୟନ୍ତରରେ କୌଣସି ସରକାରୀ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ। ରାତି ୯ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ବାହାରେ ଚଳପ୍ରଚଳ କିଂବା ଯାନବାହନ ଚଳାଇ ପାରିବେ ନାହିଁ। କିନ୍ତୁ, ରାତ୍ରୀକାଳୀନ କଟକଣାରୁ ସ୍ବାସ୍ଥ୍ୟ ଓ ଜରୁରୀ ସେବା, ଆଇନଶୃଙ୍ଖଳା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଆଦିକୁ ବାଦ ଦିଆଯାଇଛି। ସେହିଭଳି, କେରଳରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏହି ସପ୍ତାହରୁ ସପ୍ତାହାନ୍ତ ‘ଲକ୍‌ଡାଉନ୍‌’କୁ ଆହୁରି ବୃଦ୍ଧି କରିଛନ୍ତି। ତେଣୁ, ଜୁଲାଇ ୩୧ ଓ ଅଗଷ୍ଟ ୧ ତାରିଖ ଦିନ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି କରାଯିବ। କେନ୍ଦ୍ର ସରକାର ମଧ୍ୟ କେରଳକୁ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌’ରୁ ୬ଜଣିଆ ସଦସ୍ୟବିଶିଷ୍ଟ ଟିମ୍ ପଠାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। କେରଳର ମାଲପ୍ପୁରମ୍, ତ୍ରିଷୁର, କୋଝିକୋଡ଼, ଏର୍ଣ୍ଣାକୁଲମ୍, ପଲକଡ଼, କୋଲାମ, ଆଲାପ୍ପୁଝା, କନ୍ନୌର୍‌, ତିରୁବନନ୍ତପୁରମ୍ ଏବଂ କୋଟ୍ଟାୟାମ୍‌ ଆଦି ଜିଲ୍ଲାଗୁଡ଼ିକରେ ଅଧିକ କୋଭିଡ୍‌ ସଂକ୍ରମଣ ପ୍ରକୋପ ଦେଖାଯାଉଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!