Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୋଇ ହସ୍ପିଟାଲରେ କାହିଁକି ସିଜରିଆନ ଡେଲିଭରି ବୃଦ୍ଧି, ସ୍ୱାସ୍ଥ୍ୟ ବିଭାଗ ଦେଲା ଅଡିଟ୍ ନିର୍ଦ୍ଦେଶ

by ସଞ୍ଜୟ ସ୍ୱାଇଁ
April 29, 2023
in Health, State
ଘରୋଇ ହସ୍ପିଟାଲରେ କାହିଁକି ସିଜରିଆନ ଡେଲିଭରି ବୃଦ୍ଧି, ସ୍ୱାସ୍ଥ୍ୟ ବିଭାଗ ଦେଲା ଅଡିଟ୍ ନିର୍ଦ୍ଦେଶ
96
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ ସିଜରିଆନ ଡେଲିଭରି ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ। ଏବାବଦରେ ଅଡ଼ିଟ ପାଇଁ ସମସ୍ତ ସିଡ଼ିଏମଓକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କ୍ରାଇଟେରିଆକୁ ମାନି ଘରୋଇ ହସ୍ପିଟାଲ ଗୁଡିକ ସିଜରିଆନ ଡେଲିଭରି କରୁଛନ୍ତି ନା ନିୟମ ବାହାରକୁ ଯାଇ ସିଜରିଆନ ଡେଲିଭରି କରୁଛନ୍ତି ତାହାର ଅଡ଼ିଟ କରାଯିବ। ଆସନ୍ତା ମେ’ ୧ ତାରିଖରୁ ଏହି ଅଡିଟ୍ ପ୍ରକ୍ରିୟା ଆରମ୍ଭ ହେବ। କେଉଁ ଘରୋଇ ହସ୍ପିଟାଲ ସିଜରିଆନ ଡେଲିଭରି କରୁଛନ୍ତି, କାହିଁକି କରୁଛନ୍ତି, ସେ ନେଇ ଏଡ଼ିଏମଓ ଓ ସିଡ଼ିଏମଓଙ୍କୁ ରିପୋର୍ଟ ଦେବେ। ଅଡ଼ିଟ ପାଇଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଯେଉଁମାନେ ନିୟମ ବାହାରକୁ ଯାଇ ସିଜରିଆନ ଡେଲିଭରି କରୁଛନ୍ତି, ସେମାନଙ୍କ କଥା ବିଚାର କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରିପୋର୍ଟ ଅନୁଯାୟୀ ରାଜ୍ୟର ଘରୋଇ ହସ୍ପିଟାଲ ଗୁଡିକରେ ୭୦.୭ ପ୍ରତିଶତ ରହିଛି ସିଜରିଆନ ଡେଲିଭରି। ଏହି କ୍ରମରେ ଜାତୀୟ ହାର ରହିଛି ୪୭.୪ ପ୍ରତିଶତ। ୨୦୧୫-୧୬ ରେ ଓଡ଼ିଶାର ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି ପ୍ରତିଶତ ଥିଲା ୫୩.୭ ପ୍ରତିଶତ। ଗତ କିଛି ବର୍ଷ ହେବ ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ବଢୁଛି। ସରକାରୀ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ରହିଛି ୧୫.୬ ପ୍ରତିଶତ। ଜାତୀୟ ସ୍ତରରେ ଏହି ସଂଖ୍ୟା ରହିଛି ୧୫.୫ ପ୍ରତିଶତ। ମୋଟାମୋଟି ସରକାରୀ ଓ ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ୨୧.୫ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ୨୧.୬ ପ୍ରତିଶତ ରହିଛି। ନିୟମ ଅନୁଯାୟୀ ୮୫ ରୁ ୯୦ ପ୍ରତିଶତ ନର୍ମାଲ ଡେଲିଭରି ହେବା କଥା। ମାତ୍ର ଏହା ଓଡ଼ିଶାରେ ଦେଖିବାକୁ ମିଳିନି। ସରକାରୀ ହସ୍ପିଟାଲରେ ୨ ବର୍ଷ ତଳୁ ଏନେଇ ଅଡିଟ୍ ଚାଲି ଆସୁଥିବା ବେଳେ ଏବେ ବେସରକାରୀ ହସ୍ପିଟାଲଗୁଡ଼ିକରେ ଏଭଳି ଅଡିଟ୍ ହେବ। ବେସରକାରୀ ହସ୍ପିଟାଲରେ ସିଜରିଆନ ଡେଲିଭରି ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି। ସେପଟେ ବିଏସ୍‌କେୱାଇ କାର୍ଡରେ ମିଳୁଥିବା ଅଧିକ ଆର୍ଥିକ ସୁବିଧାକୁ ଘରୋଇ ହସ୍ପିଟାଲମାନେ ହାତେଇବା ପାଇଁ ଅଧିକ ସିଜରିଆନ ଡେଲିଭରି କରୁଥିବା ଅନୁମାନ କରାଯାଉଛି। କାରଣ ନର୍ମାଲ ଡେଲିଭରୀରେ ଏହି କାର୍ଡରେ କମ୍ ଆର୍ଥିକ ସୁବିଧା ମିଳୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!